କୋଲାବିରା: ଜାତୀୟ ରାଜପଥ ୪୯ କୋଲାବିରା ଥାନା ପାଖରେ ଦୁଇଟି ଭାରୀଯାନ ମୁହାଁମୁହିଁ ଧକ୍କା ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୩ଟାରେ ଏକ ଟ୍ରକ୍ (ଓଡି ୨୩ ଏନ୍ ୭୯୪୫) ସହ ବିପରୀତ ଦିଗରୁ ଆସୁଥିବା ଆଉ ଏକ ୧୪ ଚକିଆ ଟ୍ରକ୍ (ଓଡି ୧୯ କ୍ୟୁ ୧୬୦୬) ମୁହାଁମୁହିଁ ଧକ୍କା ହୋଇଥିଲା।
ତୁରନ୍ତ କୋଲାବିରା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇ ଥିଲେ। ତେବେ ଡ୍ରାଇଭର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଝାଙ୍କରପଡ଼ାର ପ୍ରେମଚାନ୍ଦ ଦେହୁରୀ (୩୫)ଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ତେବେ ଦୁର୍ଘଟଣା ପରେ ଗାଡ଼ି ଦୁଇଟି ରାସ୍ତା ଉପରେ ରହି ଯାଇଥିବାରୁ ଦୀର୍ଘ ଦୁଇଘଣ୍ଟା ଧରି ଯାତାୟାତ ବନ୍ଦ ହୋଇ ହୋଇଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଭାରୀଯାନ ଜାମ ହୋଇ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Accident_Thumbnail.jpg)