ପାରାଦ୍ବୀପ: ପାରାଦ୍ବୀପ ବନ୍ଦରରେ ଲାଗିଲା ଦୁଇଟି ଯୁଦ୍ଧ ଜାହାଜ । ଆଇଏନଏସ୍ ଘଡିଆଲ ଓ ଆଇଏନଏସ ରାଣା ନାମକ ଦୁଇଟି ଯୁଦ୍ଧ ଜାହାଜ ପାରାଦ୍ବୀପ ସମୁଦ୍ରରେ ଲାଗିଥିବା ବେଳେ ସାଧାରଣ ଲୋକେ ଏହାକୁ ଦେଖିବା ପାଇଁ ଗହଳି ଲଗାଇଛନ୍ତି । ବନ୍ଦରର ନିଷିଦ୍ଧାଞ୍ଚଳରେ ନଙ୍ଗର ପକାଇ ଥିବା ‘ଆଇଏନ୍‌ଏସ୍‌ ରାଣା’ ଓ ‘ଆଇଏନ୍‌ଏସ୍‌ ଘଡ଼ିଆଳ’ ନାମକ ଦୁଇ ଯୁଦ୍ଧପୋତଙ୍କୁ ଆଜି ଓ ଆସନ୍ତାକାଲି ଦିନ ସାଧାରଣ ଜନତା ଦେଖିବାକୁ ଯାଇପାରିବେ।

Advertisment

publive-image

ନୌସପ୍ତାହ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ପାଇଁ ଲୋକେ ଏହାକୁ ଦେଖିବାର ସୁଯୋଗ ପାଇଛନ୍ତି । ଏହି ଯୁଦ୍ଧ ଜାହାଜ ଦେଖିବା ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଗୋପବନ୍ଧୁ ଷ୍ଟାଡିୟମକୁ ଯାଇ ନିରାପତ୍ତା ଯାଞ୍ଚ କରାଇବା ପରେ ସ୍ୱତନ୍ତ୍ର ବସ୍‌ ଯୋଗେ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟକୁ ଯାଇ ଯୁଦ୍ଧ ଜାହାଜ ପାଖରେ ପହଞ୍ଚିପାରିବେ।

ଶାନ୍ତି ଶୃଂଖଳାର ସହ କିପରି ଲୋକେ ଯୁଦ୍ଧ ଜାହାଜ ଦେଖିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜାହାଜ ମଧ୍ୟରେ ଥିବା ଯୁଦ୍ଧ ଉପକରଣ ଦେଖିବାକୁ ଲୋକଙ୍କ ଉତ୍ସାହ ରହିଥିବା ବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।