ବାମରା: ବାମରା ବ୍ଲକ ବାଉଁଶଲଗା ଓ କେଛୁପାଣି ଗ୍ରାମର ୨ ଜଣ ମହିଳା ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ବାଉଁଶଲଗା ଗ୍ରାମର ଯଶୋବନ୍ତି ବାଘ (୬୫)ଙ୍କ ନିଜ ପୁଅ-ବୋହୂ ସହିତ ସହିତ କୌଣସି କଥାକୁ ନେଇ ଗୁରୁବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା। ଫଳରେ ଯଶୋବନ୍ତି ଘରେ ରଖିଥିବା ମୂଷା ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହିପରି କେଛୁପାଣି ଗ୍ରାମର ଜଣେ ମହିଳା (୩୫ ବର୍ଷ) ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଘରୋଇ କଳହ ହୋଇଥିଲା।
ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ଘରେ ଥିବା ମୂଷା ଔଷଧ ପିଇ ଦେଇଥିଲେ। ଉଭୟଙ୍କୁ ପୃଥକ ପୃଥକ ଭାବେ ବାମରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/29-20.jpg)