ସୁନ୍ଦରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଓସ୍ତାଲି ଘାଟିରେ ଖାଇ ତଳକୁ ଖସି ପଡ଼ିଲା ଗାଡ଼ି। ଏଥିରେ ଦୁଇ ମୃତ  ଓ ୭ ଗୁରୁତର। ସକାଳୁ ସକାଳୁ କର୍ମକ୍ଷେତ୍ରକୁ ଯିବା ସମୟରେ ଘଟିଛି ଏଭଳି ଅଘଟଣ।

Advertisment

publive-image
ଆଜି ସକାଳୁ ସକାଳୁ ଏକ କ୍ୟାମ୍ପର ଯୋଗେ ନିଜ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଏକ ଅଘଟଣ ଘଟିଥିଲା, ଯେଉଁଥିରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ହେମଗିର ଚନ୍ଦନ ନଗର ଠାରୁ ବାଲାଜୀ ଇଞ୍ଜେକସନ କମ୍ପାନିର ଏକ କ୍ୟାମ୍ପର (ଓଡି୨୩ ଆଇ ୩୯୧୨)ରେ ମହିଳା, ପୁରୁଷ ଓ ଚାଳକଙ୍କ ସମେତ ୯ଜଣ ଡୁଡୁକା ସ୍ଥିତ ବାଲାଜୀ ଇଞ୍ଜେକସନର କର୍ମକ୍ଷେତ୍ରକୁ ଯାଉଥିଲେ। କ୍ୟାମ୍ପରଟି ଓସ୍ତାଲି ଘାଟି ଠାରେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡିଥିଲା। ଏହାଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ହେମଗିର ଓ ସୁନ୍ଦରଗଡ଼ ଚିକିତ୍ସାଳୟକୁ ପଠାଇ ଥିବାର ସୂଚନା ମିଳିଛି।

ମୃତ ମହିଳା ହେଲେ ଶେମବାଇ ଗନ୍ଧର୍ବ  ଓ ମୋତି ଗନ୍ଧର୍ବ। ଏ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତାରୋକ ମଧ୍ୟ କରାଯାଇଥିବାର ସୂଚନା ମିଳିଛି। ହେମଗିର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।