ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଥିବା ଏକ ରାଇସ୍ ମିଲ୍ ରେ ଅଘଟଣ ଘଟିଛି। ଚାଉଳ ବସ୍ତା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଚିଛି।

Advertisment

ଓଡଗାଁ ଥାନା ମା ମଙ୍ଗଳା ରାଇସ୍ ମିଲ୍ ରେ ଚାଉଳ ଷ୍ଟକୟାର୍ଡରେ ଚେକିଂ କରୁଥିବା ସମୟରେ ଦୁଇ ଶ୍ରମିକଙ୍କ ଉପରେ ଚାଉଳ ବସ୍ତା ପଡ଼ିଥିଲା। ଏହାଫଳରେ ଉଭୟଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଛି। ଦୁଇ  ମୃତକ ହେଲେ ଗଞ୍ଜାମ ଜିଲ୍ଲା ତିରିସିଙ୍ଗ ଅଞ୍ଚଳର ରାମେଶ୍ଵର ଦିହୁଡି ଏବଂ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ପ୍ରମୋଦ ମହାରଣା। ଓଡ଼ଗାଁ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଣେ ଘଟଣା ସଂପର୍କରେ ଖବର ପାଇ ଦୁଇ ମୃତକଙ୍କ ପରିବାର ଲେକେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି।