ସମ୍ବଲପୁର: ରବିବାର ପୂର୍ବାହ୍ନରେ ଜୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଥର୍ଲି ପୋଲ ନିକଟରେ ଗୋଟାଏ ଯାତ୍ରୀବାହୀ ବସ୍ ଗୋଟାଏ ଟ୍ରାକ୍ଟର୍ ପଛରେ ଧକ୍କା ଖାଇବାରୁ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି।
ରିଆମାଳରୁ ସମ୍ବଲପୁର ଯାଉଥିବା ‘ପ୍ରଧାନ’ ନାମକ ଘରୋଇ ଯାତ୍ରୀବାହୀ ବସ୍ ସକାଳ ପ୍ରାୟ ୧୦: ୪୦ ସମୟରେ ଟ୍ରଲିରେ ପାଞ୍ଚଜଣ ଶ୍ରମିକଙ୍କୁ ବସାଇ ନେଉଥିବା ସେ ଟ୍ରାକ୍ଟର୍ ପଛରେ ଧକ୍କା ଖାଇଥିଲା। ଫଳରେ ଶ୍ରମିକମାନଙ୍କ ସହ ଟ୍ରାକ୍ଟରର ଟ୍ରଲିଟି ଓଲଟି ପଡ଼ିଥିଲା। ଅତି ସାଙ୍ଘାତିକ ଆହତ ହୋଇଥିବା ସେ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିସାରିଥିବା କଥା ଡାକ୍ତରମାନେ ଘୋଷଣା କରିଥିଲେ।
/sambad/media/post_attachments/wp-content/uploads/2020/01/sbl-crash-300x169.jpg)
ମୃତ ଶ୍ରମିକମାନେ ହେଲେ ୩୬ ବର୍ଷିୟ ରାମସେବକ ସିଂହ ଏବଂ ୨୨ ବର୍ଷିୟ ଗୌରୀଶଙ୍କର। ଆହତମାନେ ହେଲେ ୨୨ ବର୍ଷିୟ ମୋହିତ କୁମାର, ୨୫ ବର୍ଷିୟ ଅଜୟ କୁମାର ଏବଂ ୩୫ ବର୍ଷିୟ ରାମ ପରବେଶ। ମୃତାହତ ଶ୍ରମିକମାନଙ୍କ ଘର ବିହାର ରାଜ୍ୟରେ।
ରାସ୍ତା ସମ୍ପ୍ରସାରଣ କାମରେ ଲଗାଇବାକୁ ଏକ ଠିକା ସଂସ୍ଥା ସେମାନଙ୍କୁ କାର୍ଯ୍ୟସ୍ଥଳରେ ଥିବା କ୍ୟାମ୍ପ୍କୁ ନେବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sbl-crash1-1.jpg)