୧୦୯ ଘଣ୍ଟା ପରେ ବୋରୱେଲ୍‌ରୁ, ବାହାରିଥିବା ୨ ବର୍ଷର ଶିଶୁ ଆଖି ବୁଜିଦେଲା

ସାଙ୍ଗରୁର୍‌ : ପଞ୍ଜାବର ସାଙ୍ଗରୁର୍‌ ଜିଲ୍ଲା ସ୍ଥିତ ଭଗବାନପୁର ଗ୍ରାମରେ ଏକ ୧୫୦ ଫୁଟ୍‌ ଗଭୀର ନଳକୂପରେ ପଡ଼ି ଯାଇଥିବା ୨ ବର୍ଷର ଶିଶୁକୁ ବାହାର କରାଯାଇଛି। ଦୀର୍ଘ ୧୦୯ ଘଣ୍ଟାର କସରତ ପରେ ଶିଶୁଟିକୁ ବୋରୱେଲ୍‌ରୁ ବାହାର କରାଯାଇଥିଲା। କିନ୍ତୁ ଶିଶୁଟିକୁ ଜୀବିତ ଉଦ୍ଧାର କରାଯାଇ ପାରିନାହିଁ। ଗୁରୁବାର ଅପରାହ୍ନରୁ ଶିଶୁଟି ତା’ ଘର ନିକଟରେ ଖେଳୁଥିବାବେଳେ ଏକ ଅବ୍ୟବହୃତ ବୋର୍‌ୱେଲ୍‌ ମଧ୍ୟରେ ପଡ଼ି ଯାଇଥିଲା। ‌ତେବେ ୫ ଦିନର ଉଦ୍ଧାର କାର୍ଯ୍ୟ ପରେ ଶିଶୁଟିକୁ ଆଜି ସକାଳେ ଏନ୍‌ଡିଆରଏଫ୍‌ର ଏକ ଦଳ ଉଦ୍ଧାର କରିଥିଲେ। ତାକୁ ଚଣ୍ଡିଗଡ଼ ହସ୍ପିଟାଲ୍‌କୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର