ନୂଆପଡ଼ା : ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ ମାଗୁରପାଣି ଗାଁ’ରେ ଆଜି ସନ୍ଧ୍ୟାରେ ନିଆଁରେ ପୋଡି ହୋଇ ଜଣେ ୨ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବରରୁ ପ୍ରକାଶ ଯେ, ମାଗୁରପାଣି ଗାଁ’ର ଚନ୍ଦ୍ରକୁମାର ରାଉତଙ୍କ ପୁଅ ଲକି (୨ ବର୍ଷ) ଆଜି ସନ୍ଧ୍ୟାରେ ଘର ନିକଟରେ କିଛି ଲୋକ ନିଆଁପୋଇ ହେଉଥିବା ସ୍ଥାନକୁ ଯାଇଥିଲେ। ସେଠାରେ ନିଆଁପୋଇ ହେଉଥିବା ବେଳେ ହଠାତ୍ ନିଆଁରେ ପଡିଯାଇଥିଲେ। ନିଆଁରେ ତାଙ୍କର ଦୁଇ ଜଙ୍ଘ ଓ ତଳିପେଟ ପୋଡିଯାଇଛି। ତାଙ୍କୁ ଉଦ୍ଧାର କରାଯାଇ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/nuapada.jpg)
