ନିମାପଡ଼ା: ଏମିତି ବି ଆସେ ମୃତ୍ୟୁ। ବନ୍ଧୁ ଘରକୁ ଯାଇ ଖୁସିରେ ଫେରୁଥିଲେ। ବାଟରେ ଜଗିଥିଲା ଯମ। ସ୍କୁଟିରେ ଆସୁଥିବାବେଳେ ଉପରେ ପଡ଼ିଥିଲା ନଡ଼ିଆ ଗଛ। ଘଟଣାସ୍ଥଳରେ ଚାଲିଗଲା ୨ ଯୁବକଙ୍କ ଜୀବନ। ଆଉଜଣେ ଗୁରୁତର। ଦୁଇ ମୃତକ ନିମାପଡ଼ା  ବ୍ଲକ୍ ଅନ୍ତର୍ଗତ ରଟିଲୋ ଗାଁର ବ‌ୋଲି ଜଣାଯାଇଛି। ଦୁଇ  ମୃତକ ହେଲେ  ମିଥୁନ ପ୍ରଧାନ(୨୫) ଓ ତୁଷ‌ାରରଞ୍ଜନ ବିଶ୍ବାଳ(୨୫)। ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ରାଜଧାନୀର ୬ ନମ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗୋଟିଏ ସ୍କୁଟିରେ ମିଥୁନ ପ୍ରଧାନ, ତୁଷ‌ାରରଞ୍ଜନ ବିଶ୍ବାଳ ଓ ବିଶ୍ୱରଞ୍ଜନ ଆଚାର୍ଯ୍ୟ କାନପୁର ଯାଇ ଫେରୁଥିବା ଅବସ୍ଥାରେ ସଗଡ଼ା ଅନ୍ତର୍ଗତ ଚିତ୍ରା ନିକଟରେ ଘଟିଛି ଏଭଳି ଅଘଟଣ।