ଚନ୍ଦ୍ରଶେଖରପୁର: ସାଲିଆସାହିର ଦୁଇଟି ପୃଥକ ପୃଥକ ସ୍ଥାନରେ ରଖାଯାଇଥିବା ମାଟିକୁ ଚୋରିକରି ଟ୍ରକରେ ନେଉଥିବା ଦୁଇ ଜଣ ଯୁବକଙ୍କୁ ଆଜି ମୈତ୍ରୀବିହାର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଦୁଇ ଜଣ ହେଲେ ଏକାମ୍ର ବିହାର ସାଲିଆସାହିର ଅଜିତ ଜେନା (୩୩) ଓ ପାପୁ ଜେନା (୨୭)। ଘଟଣା ଅନୁଯାୟୀ ନୀଳାଦ୍ରିବିହାର ଦୁଇ ଶହ ଫୁଟିଆ ରାସ୍ତାକାମ ପାଇଁ ହାତୀଆଶୁଣିର ଏକ ସ୍ଥାନରେ ମାଟି ଗଦା ହୋଇଥିଲା। ଯାହାକୁ ଅଜିତ ଏକ ଟ୍ରକରେ ବୋଝେଇ କରି ନେଇଯାଉଥିଲା। ସୂଚନାପାଇ ରାସ୍ତା କାମ ଦାୟିତ୍ବରେ ଥିବା ଡି. ସାମନ୍ତରାୟ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିବାରୁ ଅଜିତ୍ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏନେଇ ଶ୍ରୀ ସାମନ୍ତରାୟ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ଶକ୍ତିବିହାର ହାତୀଆଶୁଣିରେ ଚାରାରୋପଣ ପାଇଁ ରଖାଯାଇଥିବା କିଛି ମାଟିକୁ ପାପୁ ଜେନା ଏକ ଟ୍ରାକ୍ଟରରେ ଚୋରିକରି ନେଉଥିବା ବେଳ ସ୍ଥାନୀୟ ଲୋକ କାବୁକରି ଥିଲେ। ୱାର୍ଡ ୨୧ର କର୍ପୋରେଟର ସୂଚନା ପାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ।
ମାଟି ଚୋରିକରି ୨ ଯୁବକ ଗିରଫ
/sambad/media/post_attachments/wp-content/uploads/2023/07/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)