କୁଆଖାଇରେ ବୁଡି ୨ ଯୁବକଙ୍କ ମୃତ୍ୟୁ

ବାଲିଅନ୍ତା : ବାଲିଅନ୍ତା ଥାନା ବାଳକାଟୀ ଫାଣ୍ଡି ତଥା ଭୁବନେଶ୍ବର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଶନିବର ଅଘଟଣ ଘଟିଛି। ଅପରାହ୍ନରେ ଗାଧୋଇବାକୁ ଆସିଥିବାବେଳେ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତମାଣ୍ଡୋ ଅଂଚଳ ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲି ଅଂଚଳର ସତ୍ୟଜିତ ଦାସ। ବାଲିଅନ୍ତା ଅଗ୍ନିଶମ ବାହିନୀ ୨ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ‌କେତେକ ସାଙ୍ଗ ଅପରାହ୍ନରେ ନଦୀ ପଠାକୁ ଭୋଜି କରିବାକୁ ଆସିଥିଲେ।

ଅନ୍ୟ ସାଙ୍ଗମାନେ ଭୋଜିଭାତରେ ମସଗୁଲ ଥିବାବେଳେ ସ୍ମୃତି ଓ ସୌରଭ ଗାଧୋଇବାକୁ ନଦୀକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା। ସାଙ୍ଗମାନେ ଏହା ଜାଣିପାରି ବାଲିଅନ୍ତା ପୁଲିସକୁ ଖବର ଦେଇଥିଲେ। ପୁଲିସଠାରୁ ଖବରପାଇ ଅଗ୍ନିଶମ ବିଭାଗ ମୃତଦେହକୁ ଉଦ୍ଧାର ପରେ ଶବ ଦୁଇଟିକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ବାଲିଅନ୍ତା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର