ରାଉରକେଲା: ଆଜି ପୁଣି ରାଉରକେଲା ରେଳ ଷ୍ଟେସନରୁ ଜଣେ ଗଞ୍ଜେଇ ବେପାରି ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା ସତୀଶ ଶର୍ମା। ଅଭିଯୁକ୍ତ ପାଖରୁ ୨୦.୪୪୦ କେଜି ଗଞ୍ଜେଇ ଜବତ ହୋଇଛି। ଅଭିଯୁକ୍ତ କୋରାପୁଟ ଅଞ୍ଚଳରୁ ବ୍ୟାଗ୍‌ରେ ଗଞ୍ଜେଇ ଆଣି ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ରାଉରକେଲାରୁ ରାଞ୍ଚିକୁ ନେବା ଉଦ୍ଦେଶ୍ୟରେ ଟ୍ରେନ୍‌କୁ ଜଗି ରହିଥିଲା। ଏତିକିବେଳେ ଆର୍‌ପିଏଫ୍‌ ନଜରରେ ପଡ଼ିଯାଇଥିଲା ଅଭିଯୁକ୍ତ। ପରେ ରାଉରକେଲା ଅବକାରୀ ବିଭାଗକୁ ଅଭିଯୁକ୍ତକୁ ହସ୍ତାନ୍ତର କରାଯାଇଥିଲା। ଅବକାରୀ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଛି।

Advertisment

ପ୍ରକାଶଥାଉକି, ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ ନିତିଦିନିଆ ହେଲାଣି। ସମାନ ମଙ୍ଗରେ ଚାଲାଣ କରୁଥିବାବେଳେ ଗତ ୩୧ ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳର ରମାକାନ୍ତ ଭୋଇ ଓ ରାଜେଶ ଭୋଇଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ୨୪.୩୩୦ କେଜି ଗଞ୍ଜେଇ ଜବତ ହୋଇଛି। ସେହିଭଳି ଗତ ୨୭ ତାରିଖରେ ଗଞ୍ଜେଇ ବେପାରି କନ୍ଧମାଳ ନୂଆପଦର ଗ୍ରାମର ଦୀପ ଖଣ୍ଡଗିରି(୨୧)କୁ ଆର୍‌ପିଏଫ୍‌ କାବୁ କରିନେଇଥିଲା। ଅଭିଯୁକ୍ତ ପାଖରୁ ୨୪.୩୩୦ କେଜି ଗଞ୍ଜେଇ ଜବତ ହୋଇଥିଲା।