କୋରେଇ: କୋରେଇ ବ୍ଲକ୍ ଅନ୍ତର୍ଗତ ତଣ୍ତରା ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ରମେଶ ପରିଡ଼ା, ଶଶିଭୂଷଣ ସ୍ବାଇଁ ଓ କାଳନ୍ଦି ପରିଡ଼ାଙ୍କ ସମେତ ଅନ୍ୟଜଣଙ୍କର ୨୦ଟି ବାଉଁଶ ବୁଦା ପୋଡ଼ିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବ‌େଳେ ଲକ୍ଷାଧିକ ଟଙ୍କାର ବାଉଁଶ ପୋଡ଼ି ନଷ୍ଟ ହୋଇଯାଇଛି।

Advertisment

ଯାଜପୁରରୋଡ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିକଟରେ ଥିବା ୧୦ରୁ ଊର୍ଦ୍ଧ୍ବ ପରିବାର ଏହି ଅଗ୍ନିକାଣ୍ତରୁ ବର୍ତ୍ତି ଯାଇଛନ୍ତି।