ରାୟଗଡା: ନିଜର ହକ୍ ଟଂକା ପାଇବା ପାଇଁ ରାୟଗଡା ଜିଲ୍ଲାର ଗାଜିଗାଁ ପଞ୍ଚାୟତ ସଦର ମହକୁମାର ୨୦ ଜଣ ହିତାଧିକାରୀ ଏବେ ବାରଦ୍ବାର ହେଉଛନ୍ତି। ପ୍ରତି ମାସରେ ଭତ୍ତା ଟଂକା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ତୁମ ଟଂକା ବ୍ୟାଙ୍ଗରେ ପଠାଇ ଦେଇଛୁ ବୋଲି କହିବା ସହ ଫେରାଇ ଦେଉଥିଲେ। ବ୍ୟାଙ୍କକୁ ଯାଇ ଟଂକା ମାଗିଲେ ତୁମ ଟଂକା ଆମ ପାଖରେ ଆସିନଥିବା ବ୍ୟାଙ୍କ କର୍ମଚାରୀ କହିବା ସହ ପୋଷ୍ଟ ଅଫିସରେ ଯାଞ୍ଚ କରିବାକୁ କହିଥିଲେ। ପୁଣି ହିତାଧିକାରୀମାନେ ପୋଷ୍ଟ ଅଫିସ ଯାଇ ଯାଞ୍ଚ କରିବାପରେ ପୋଷ୍ଟ ମାଷ୍ଟର ଟଂକା ଚଢିନଥିବା କହି ଫେରାଇ ଦେଉଥିଲେ।

Advertisment

ତେବେ ଗତ ୮ ମାସ ହେଲା ଏଭଳି ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। କିଛି ହିତାଧିକାରୀ ପୋଷ୍ଟ ଅଫିସରେ ଯାଇ ନିଜର ଟଂକା ଚଢିଛି କି ନାହିଁ ଜାଣିବା ପାଇଁ ଚେଷ୍ଟା କରିବା ପରେ ସେମାନେ ଜାଣିପାରିଥିଲେ ଯେ ଟଂକା ନିୟମିତ ସେମାନଙ୍କ ଆକାଣ୍ଟରେ ଚଢୁଛି। ତେବେ ସମସ୍ତେ ଯାଇ ନିଜର ଭତ୍ତା ଟଂକା ପୋଷ୍ଟ ମାଷ୍ଟରଙ୍କୁ ମାଗିବା ବେଳେ ସେ ଜଣକ ପିଛା ୩୦୦ ଟଂକା ଦେଲେ ହିଁ ସେ ଭତ୍ତା ଟଂକା ଦେବେ ବୋଲି କହିଥିଲେ। ନିଜର ଭତ୍ତା ଟଂକା ପାଇଁ କିପରି ଲାଞ୍ଚ ଦେବେ ବୋଲି ଚିନ୍ତା କରି ସେମାନେ ନାକଟି ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା କଂଗ୍ରେସର ସଂପାଦକ ଭୁଷଣ ବିଡିକାଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ଶ୍ରୀ ବିଡିକାଙ୍କ ସହ ଆଜି ସମସ୍ତେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ତୁରନ୍ତ ସେମାନଙ୍କର ଭତ୍ତା ଟଂକା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇଥିଲା। ନିଜର ଟଂକାକୁ ଉଠାଇବା ପାଇଁ କିପରି ପୋଷ୍ଟ ମାଷ୍ଟର ଲାଞ୍ଚ ମାଗୁଛନ୍ତି ତାହାକୁ ନେଇବଡ ପଶ୍ନ ଉଠିଛି।ତେବେ ସ୍ଥାନୀୟ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।