ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୦୪କୁ ବୃଦ୍ଧି ପାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତକ ଅଛନ୍ତି। ଅପରପକ୍ଷରେ ଯାଜପୁରରୁ ୪ ଜଣ ମୃତକ ଥିବା ବେଳେ, କଟକ ଓ ପୁରୀରୁ ୨ଜଣ ଲେଖାଏଁ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ତେଣେ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।
ଏଣେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୫ ଜଣ, ବାଲେଶ୍ୱରରୁ ୨୧ ଜଣ, ବରଗଡ଼ରୁ ୨୧ ଜଣ, ଭଦ୍ରକରୁ ୨୧ ଜଣ, ବଲାଙ୍ଗୀରରୁ ୯ ଜଣ, ବୌଦ୍ଧ ଜିଲ୍ଲାରୁ ୨୦, କଟକରୁ ୬୫ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୯ ଜଣ, ଗଜପତିରୁ ୩୯, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୫ ଜଣ, ଯାଜପୁରରୁ ୪୫ ଜଣ, ଝାରସୁଗୁଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୧୦ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୨୫ ଜଣ, କେଉଁଝରରୁ ୧୬ ଜଣ, ଖୋର୍ଦ୍ଧାରୁ ୧୦୫ ଜଣ, କୋରାପୁଟରୁ ୭୧ ଜଣ, ମାଲକାନଗିରିରୁ ୧୨ ଜଣ, ମୟୁରଭଞ୍ଜରୁ ୧୨ ଜଣ, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୧୯ ଜଣ, ନୂଆପଡ଼ାରୁ ୧୩ ଜଣ, ପୁରୀରୁ ୧୬ ଜଣ, ରାୟଗଡ଼ାରୁ ୨୯ ଜଣ, ସମ୍ୱଲପୁରରୁ ୩୫ ଜଣ, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୬୨ ଜଣ ଓ ଷ୍ଟେଟ ପୁଲରୁ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୭୮, ୧୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୫୭, ୮୪୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୧, ୩୨୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।