ହୀରାକୁଦ ଜଳଭଣ୍ଡାରର ଖୋଲିଲା ୨୦ ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି କିଛି ଗେଟ୍‌କୁ ଖୋଲାଯାଇପାରେ। ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରବିବାର ସନ୍ଧ୍ୟାରେ ୨ଟି ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସନ୍ଧ୍ୟା ପୂର୍ବରୁ ଆଜି ୧୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା।

ଶନିବାର ରାତି ୯ଟା ବେଳକୁ ମଧ୍ୟ ୧୨ଟି ଗେଟ୍‌ ଖୋଲା ଥିଲା। ସେହି ସମୟ ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୬୭ ଫୁଟ୍‌ ଥିଲା। ଜଳଭଣ୍ଡାର ମଧ୍ୟକୁ ୨,୧୪,୦୯୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ ୱେ’ର ୮ ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍‌ ଦେଇ ହାରାହାରି ୧,୯୩,୨୯୬ କ୍ୟୁସେକ୍‌ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର ଚାନେଲରେ ୧୮,୪୪୯ କ୍ୟୁସେକ୍‌, ବିଭିନ୍ନ କେନାଲରେ ୨,୧୭୮ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା।

ସମ୍ବନ୍ଧିତ ଖବର