ସମ୍ବଲପୁର: ମହାନଦୀରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ କମୁଛି। ଗତକାଲି ସାଢ଼େ ୪ ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ଆଜି ସନ୍ଧ୍ୟା ୬ଟାରେ ଏହା ୨,୬୦,୦୧୯ କ୍ୟୁସେକ୍‌କୁ ଖସି ଆସିଛି। ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୨୧.୭୧ ଫୁଟ୍‌ ରହିଥିଲା ଓ ଜଳଭଣ୍ଡାରରୁ ୩,୩୭,୩୪୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।

Advertisment

ସେଥିରୁ ୨୦ଟି ଗେଟ୍‌ ଦେଇ ୩,୧୬,୧୦୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୧୯,୬୦୭ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଛି। ବେଲଗାଁରେ ୧୩,୨୦୦ କ୍ୟୁସେକ୍, ପର୍ଥଲାରେ ୫୫,୧୧୯ କ୍ୟୁସେକ୍, ଖଇରମାଲରେ ୪,୩୦,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀରେ ୩,୪୭,୪୮୨ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେଉଥିଲା।