କାର୍ତ୍ତିକେଶ୍ୱର ମେଢ଼ ଭସାଣି ବେଳେ ବାଣ ଫୁଟି ୨୦ ଆହତ, ୪ ଗୁରୁତର

କେନ୍ଦ୍ରାପଡ଼ା/ଚାନ୍ଦୋଳ : କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ ଆଜି ରାତିରେ କାର୍ତ୍ତିକେଶ୍ବର ଭସାଣି ବେଳେ ବଡ଼ଧରଣର ଅଘଟଣ ଘଟିଛି। ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧୢରେ ଛଅ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ୍‌କୁ ରେଫର‌୍‌ କରି ଦିଆଯାଇଛି। ଆହତଙ୍କ ମଧୢରେ ଛୋଟ ପିଲା, ତିନି ମହିଳା ଏବ˚ ଦୋକାନୀ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଆଜି ସ˚ଧୢାରେ ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଚାଲିଥିଲା। ଛାତିଥରା ଡିଜେ ତାଳେ ତାଳେ ଲୋକମାନେ ନାଚୁଥିଲେ। ବାଣ ବି ଜୋର‌୍‌ରେ ଫୁଟୁଥିଲା। ଶତାଧିକ ଲୋକ ଭସାଣି ଦେଖୁଥିଲେ। ଏହି ସମୟରେ ଗୋଟିଏ ଗୋଲା ବାଣ ଆକାଶକୁ ଯାଇ ଫୁଟିବା ପରିବର୍ତେ ବାଣୁଆ ରଖିଥିବା ବାଣି ବସ୍ତା ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ପ୍ରଚଣ୍ତ ବିସ୍ପୋରଣ ହୋଇଥିଲା। ବିସ୍ପୋରଣ ଏତେ ପ୍ରଚଣ୍ତ ଥିଲା ଯେ ଘଟଣାସ୍ଥଳରେ ୩୦ରୁ ଅଧିକ ଲୋକ ଆହତ ହୋଇପଡ଼ିଥିଲେ।

କାହାର ହାତ ପୋଡ଼ି ଯାଇଛି ତ କାହାର ମୁହଁ ଅଥବା ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। କେତେକଙ୍କ ଶରୀରର ୫୦ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସ˚କଟାପନ୍ନ ଥିବା ସୂଚନା ମିଳିଛି। ଆହତ ଅବସରପ୍ରାପ୍ତ ଶିକ୍ଷକ ପ୍ରାଣକୃଷ୍ଣ ବେଜ, ସାନଗାଁର ମହେଶ ଲେଙ୍କା(୧୫), ରମେଶ ଲେଙ୍କା(୪୭), ଚିନ୍ମୟ ପ୍ରଧାନ(୨୦), ହଳଦିଆପାଟଣାର ସ˚ଗୀତା ସାହୁ(୨୦), ସାନଗାଁର ହୃଷିକେଶ ମଲ୍ଲିକ(୫୨), ସ˚ଜୀତ୍‌ କର(୩୪), ଉଦୟ ନାଥ, ବାଲିଆର ହିମା˚ଶୁ ବେହେରା(୨୧), ଉମାକାନ୍ତ ସାହୁ(୫୦), ଅଭିମନ୍ୟୁ ମଲ୍ଲିକ, ବଳରାମ ରାଉତ, କୁଞ୍ଜବିହାରୀ ଦାସ, ରାଜେଶ ସେଠ୍‌, ଅଜୟ ସ୍ବାଇଁ, ଜନ୍ମେୟ ପ୍ରକାଶ ପରିଡ଼ା, ସର୍ବେଶ୍ବର ପରିଡ଼ାଙ୍କ ସମେତ ଅନ୍ୟ ମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧୢରେ ଉଦୟ ନାଥ, ପ୍ରାଣକୃଷ୍ଣ ବେଜ୍‌ଙ୍କ ସମେତ ଆଉ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ବାହାରୁ ଆସି ଦୋକାନ ପକାଇଥିବା ବ୍ୟବସାୟୀ ଏବ˚ ସୁରକ୍ଷାରେ ନିୟୋଜିତ କନଷ୍ଟେବଳ ବି ଏଥିରେ ଆହତ ହୋଇଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ୨୦ରୁ ଅଧିକଙ୍କୁ କଟକ ବଡ଼ ମେଡିକାଲ୍‌ ରେଫର‌୍‌ କରି ଦିଆଯାଇଛି। କେତେକ ଆହତ କେନ୍ଦ୍ରାପଡ଼ା ନ ଯାଇ ସିଧା କଟକ ପଳାଇ ଯାଇଥିବା ସୂଚନା ମିଳୁଥିବାରୁ ଆହତଙ୍କ ସ˚ଖ୍ୟା ଆହୁରି ଅଧିକ ବଢ଼ିପାରେ। ଅନ୍ୟପକ୍ଷରେ ଅଘଟଣ ପରେ ବାଲିଆ ବଜାରରେ ଶୂନଶାନ୍‌ ହୋଇପଡ଼ିଛି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର