ଧର୍ମଶାଳା: ଚିହ୍ନଟ ହେଲେ ୨୦ କିଡ୍‌ନି​ ରୋଗୀ

ଧର୍ମଶାଳା: ଚିହ୍ନଟ ହେଲେ ୨୦ କିଡ୍‌ନି​ ରୋଗୀ

ଧର୍ମଶାଳା : ଯାଜପୁରର ଜନ ଅଧିକାର ମ‌ଞ୍ଚର ଦାବି ପରେ ଧର୍ମଶାଳା ବ୍ଲକ୍ ପାଖର ପଞ୍ଚାୟତ ବାଜବାଟି ଗ୍ରାମରେ ଆଜି କିଡ୍‌ନି ରୋଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଡାକ୍ତରୀ ଦଳ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବାଜବାଟି ଗାଁ ସମେତ ସ୍ଥାନୀୟ ଅଞ୍ଚଳର ୨୦ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଗାଁ ନିକଟରେ ଖଣି ଖନନ ଯୋଗଁ ଭୂତଳ ଜଳ ପ୍ରଦୂଷିତ ହେଉଛି। ଏହି ଜଳକୁ ବ୍ୟବହାର କରୁଥିବାରୁ ବାଜବାଟି ଗ୍ରାମବାସୀ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଥିବା ନେଇ ମ‌ଞ୍ଚ କର୍ମକର୍ତ୍ତା ଗତମାସ ୨୧ ତାରିଖରେ ସିଡିଏମ୍ଓଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଏହାପରେ ଆସିଥିବା ଏହି ଡାକ୍ତରୀ ଦଳ ଗାଁ ପରିଦର୍ଶନ କରିବା ସହିତ ରୋଗୀମାନଙ୍କଠାରୁ ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଆସନ୍ତାକାଲି ମଧ୍ୟ ଏହି ଡାକ୍ତରୀ ଦଳ ରୋଗୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ମଞ୍ଚର ନିରଞ୍ଜନ ଖିଲାର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe