କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ ଚିହ୍ନଟ

ଆକ୍ରାନ୍ତଙ୍କ ସଂଖ୍ୟା ୭୫୨, ସୁସ୍ଥ ହେଲେ ୩୮୭ ଜଣ ଓ ୩୫୭ ଜଣ ଏବେବି ଚିକିତ୍ସିତ ହେଉଛନ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜୁନାଗଡ଼ ବ୍ଳକରେ ୫ ଜଣ, ଲାଞ୍ଜିଗଡ଼ ବ୍ଳକରେ ୫ ଜଣ, ଭବାନୀପାଟଣାରେ ୩ ଜଣ, କେସିଙ୍ଗାରେ ୨ ଜଣ, ଜୟପାଟଣାରେ ୪ ଜଣ ଓ ଧର୍ମଗଡ଼ ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତକାଲି ଜିଲ୍ଲା ପ୍ରଶାସନର ପ୍ରେସ ବିଜ୍ଞପ୍ତି ପରେ ମଧ୍ୟରାତ୍ରରେ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରେ କେସିଙ୍ଗାରେ ୪ ଜଣ, ଭବାନୀପାଟଣାରେ ଜଣେ ଓ ଜୟପାଟଣାରେ ୫ ଜଣ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୨ରେ ପହଞ୍ଚିଛି । ସେଥି ମଧ୍ୟରୁ ୩୮୭ ଜଣ ସୁସ୍ଥ ହୋଇ ଘରକୁ ଗଲେଣି । ୬ ଜଣ ଆକ୍ରାନ୍ତ ଅନ୍ୟ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜଣେ କିମ୍ସ ଡାକ୍ତରଖାନାରେ ଓ ଅନ୍ୟ ଜଣେ ସମ୍ବଲପୁର କୋଭିଡ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୩୫୭ ଜଣ ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ସେଥି ମଧ୍ୟରୁ ୧୩୬ ଜଣ ଆକ୍ରାନ୍ତ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୧୦୯ ଜଣ ଆକ୍ରାନ୍ତ କୋଭିଡ କେୟାର ସେଣ୍ଟରର ଓୟୁଏଟି କ୍ୟାମ୍ପମ୍ସରେ ଅଛନ୍ତି । ୫୬ ଜଣ ଆକ୍ରାନ୍ତ ବମୂଷିଗୁଡା କୋଭିଡ କେୟାର ସେଣ୍ଟର ଥିବା ବେଳେ ୨୬ ଜଣ ଆକ୍ରାନ୍ତ ଲାଞ୍ଜିଗଡ଼ ବେଦାନ୍ତ କୋଭିଡ କେୟାର ସେଣ୍ଟରରେ ଅଛନ୍ତି । ସେହିଭଳି ୩୦ ଜଣ ଆକ୍ରାନ୍ତ ଗୃହବଦ୍ଧ ଭାବେ ଆଇସୁଲେସନରେ ରହିଛନ୍ତି ।

ସମ୍ବନ୍ଧିତ ଖବର