୨୦ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ଅଦଳ ବଦଳ

ଭୁବନେଶ୍ୱର : ଆଜି ୨୦ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରୁ ସୁଶାନ୍ତ କୁମାର ବାରିକଙ୍କୁ ତାଙ୍କ ନିଜ ଦାୟିତ୍ୱ ସହିତ ବୟନିକାର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ତାଙ୍କ ସହିତ ଅନ୍ୟ ସମସ୍ତଙ୍କ ଅଦଳ ବଦଳ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ବୟନିକା ନିର୍ଦେଶକ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ଓଏସ୍‌ଏସ୍‌ କମିସନର ସଚିବ ଭାବେ ବଦଳି କରାଯାଇଛି। ସେହିପରି ମାର୍କଫେଡ୍‌ ଏମ୍‌ଡି ତଥା ସମବାୟ ବିଭାଗ ଅତିରିକ୍ତ ସଚିବ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦେଶକ, ରାଜସ୍ୱ ବୋର୍ଡ ଅତିରିକ୍ତ ସଚିବ ସୁବ୍ରତ ଶତପଥୀଙ୍କୁ ରାଜସ୍ୱ ବୋର୍ଡର ଏଫଏ, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ତଥା ଓମ୍‌ବାଡ୍‌ସି ଜିଏମ୍‌ ସତ୍ୟନାରାୟଣ ଦାସ(୨)ଙ୍କ ଓମ୍‌ବାଡ୍‌ସି ଜିଏମ୍‌ ପଦକୁ ବଦଳି ବାତିଲ ହେବା ସହିତ ନିଜ ବିଭାଗ ଏବଂ ନିଜ ପଦରେ ଅବସ୍ଥାପିତ, ଓଏସ୍‌ଆରଟିସି ଜିଏମ୍‌ ଜ୍ୟୋତିରଂଜନ ପ୍ରଧାନଙ୍କୁ ଓମ୍‌ବାଡ୍‌ସି ଜିଏମ୍‌, ରାଜସ୍ୱ ବୋର୍ଡର ଯୁଗ୍ମ ସଚିବ ରୁଦ୍ରପ୍ରସନ୍ନ ସାହୁଙ୍କୁ ଓଏସ୍‌ଆରଟିସି ଜିଏମ, ଜଳ ସଂପଦ ବିଭାଗର ଏଲ୍‌ଏଓ ନିହାର ରଂଜନ ଦାସଙ୍କୁ ଅନୁଗୁଳ ଡିୟୁଡିଏ ପିଡି, ଏସ୍‌ସିବି ମେଡିକାଲ୍‌ କଲେଜ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର ଡ. ପ୍ରତାପ କୁମାର ମିଶ୍ରଙ୍କୁ ମାର୍କଫେଡ୍‌ ଏମ୍‌ଡି, ଗୋପବନ୍ଧୁ ଏକାଡେମିର ଯୁଗ୍ମ କମିସନର ଡ. ଚିତ୍ତରଂଜନ ପଶାୟତଙ୍କୁ ଆରଏମ୍‌ଏସ୍‌ଏର ଯୁଗ୍ମ ନିର୍ଦେଶକ, ସେରିଫେଡ୍‌ ଏମ୍‌ଡି ତଥା ଉତ୍କଳିକା ଏମ୍‌ଡି(ଇନ୍‌ଚାର୍ଜ) ସତ୍ୟରଂଜନ ସାହୁଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଯୁଗ୍ମ ସଚିବ, ପିସିସିଏଫ୍‌ର ସିନିୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର ରେଗା ଗୀତାରାଣୀ ପଟ୍ଟନାୟକଙ୍କୁ ଏମ୍‌ଡି ସେରିଫେଡ୍‌ ତଥା ଉତ୍କଳିକା ଏମ୍‌ଡି(ଇନ୍‌ଚାର୍ଜ), ଜଗତ୍‌ସିଂହପୁର ଡିଆରଡିଏ, ଏପିଡି ସୁମିତା ସରକାରଙ୍କୁ କଟକ, ଡିୟୁଡିଏ, ପିଡି, ଓଏମ୍‌ସି ଚିଫ ଭିଜିଲାନ୍ସ ଅଫିସର ଅମ୍ବର କୁମାର କରଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର, ଛତ୍ରପୁର ଉପଜିଲ୍ଲାପାଳ ସୁଧାକର ଶବରଙ୍କୁ ରାୟଗଡ଼ା ଏଡିଏମ୍‌, କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜର ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର ସୁଜାତା ମିଶ୍ରଙ୍କୁ କୋରାପୁଟ ଏଡିଏମ୍‌ ସହିତ ପୂର୍ବ ପଦର ଅତିରିକ୍ତ ଦାୟିତ୍ୱ, ଇଡ୍‌କୋ, ଭୁବନେଶ୍ୱର ଲ୍ୟାଣ୍ଡ ଅଫିସର ପ୍ରଫୁଲ କୁମାର ସ୍ୱାଇଁଙ୍କୁ ଗୋପବନ୍ଧୁ ଏକାଡେମିର ଯୁଗ୍ମ କମିସନର, ବାଙ୍କି ଅତିରିକ୍ତ ଉପଜିଲ୍ଲାପାଳ ସବିତା ମଲ୍ଲିକଙ୍କୁ ପିସିସିଏଫ୍‌, ଭୁବନେଶ୍ୱରକୁ ସିନିୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର, ତିହିଡ଼ି ତହସିଲଦାର ଅଜିତ କୁମାର ପ୍ରଧାନଙ୍କୁ ପାଲଲହଡ଼ା ଉପଜିଲ୍ଲାପାଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ଧନଞ୍ଜୟ ସ୍ୱାଇଁଙ୍କୁ ଜିଏ ବିଭାଗରେ ଅଫିସର ଉଇଡାଉଟ୍‌ ଡ୍ୟୁଟି ଏବଂ ଅତାବିରା ତହସିଲନାର ଦୌଲତ ଚନ୍ଦ୍ରକରଙ୍କୁ ପଦମ୍‌ପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର