ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌, ପୀଡ଼ିତାଙ୍କୁ ୫ଲକ୍ଷ ସହାୟତା ନିର୍ଦ୍ଦେଶ

ବ୍ରହ୍ମପୁର: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଗଣେଶ୍ବର ପତି ଅଭିଯୁକ୍ତ ପ୍ରହ୍ଲାଦ ବେହେରା(୫୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ତିନିମାସ ଜେଲ୍‌ଦଣ୍ଡ ପାଇଁ ନିର୍ଦ୍ଦେଶ କରିଛନ୍ତି। ଏହି ମାମଲାରେ ପୀଡ଼ିତାଙ୍କ ଥଇଥାନ ପାଇଁ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ କରିଛନ୍ତି।

୨୦୧୯ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ନାବାଳିକା ଜଣକ ଏକାକୀ ଠିଆ ହୋଇଥିବା ବେଳେ ଖଲ୍ଲିକୋଟ ଥାନା ଅଞ୍ଚଳର ଅଭିଯୁକ୍ତ ପ୍ରହ୍ଲାଦ ବେହେରା ପ୍ରଲୋଭନ ଦେଖାଇ ଘରକୁ ନେଇ ଦୁଷ୍କର୍ମ କରିଥିଲା। ପୀଡ଼ିତା ଜଣକ କାନ୍ଦିକାନ୍ଦି ଘରକୁ ଫେରି ଘଟଣା ସଂପର୍କରେ ମା’ଙ୍କୁ ଜଣାଇଥିଲେ। ଏଥିନେଇ ପୀଡ଼ିତାଙ୍କ ମା’ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟଚାଲାଣ କରିଥିଲା। ଗିରଫ ପରଠାରୁ ଅଭିଯୁକ୍ତ ପ୍ରହ୍ଲାଦ ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲା। । ଏହି ମାମଲାର ବିଚାରଣ ବେଳେ କୋର୍ଟ ୧୨ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତିକରି କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ପିପି ମୋହନ ସିଙ୍ଗାରୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର