ନାବାଳିକା ଦୁଷ୍କର୍ମ ମାମଲାରେ ଅପରାଧୀକୁ ୨୦ ବର୍ଷ କାରାଦଣ୍ଡ

ଘରେ ପଶି ଚୋରି ଘଟଣା: ପଡ଼ୋଶୀ ଯୁବକ ଜେଲ୍‌ ଗଲେ

www.google.com

ଝାରସୁଗୁଡ଼ା: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ ଅଦାଲତ ନୀଳଗିରି ଜେନା ମଙ୍ଗଳବାର ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୩୦ ହଜାର ଟଙ୍କା ଅର୍ଥଦଣ୍ଡ କରିଛନ୍ତି। ଅର୍ଥ ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି।

ସରକାରୀ ଓକିଲ ପୃଥ୍ବୀରାଜ ସିଂହଦେଓଙ୍କଠାରୁ ପ୍ରକାଶ ଯେ, ଗତ ୨୦୧୪ ମସିହା ଫେବୃଆରି ୧୪ ତାରିଖ ଦିନ ବେଲପାହାଡ଼ ଥାନା ଅଞ୍ଚଳର ଜଣେ ନବାଳିକାକୁ ତା’ର ପିତାମାତା ଗାଧୋଇବାକୁ ଯାଇଥିବା ବେଳେ ପଡ଼ୋଶୀ ଗୋଡା ପୁର୍ତ୍ତି (୩୦) ଘରେ ପଶି ଦୁଷ୍କର୍ମ କରିଥିଲା। ଏ ନେଇ ନାବାଳିକାର ବାପା ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ୍‌ ଗୋଡ଼ାକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଉକ୍ତ ଅଭିଯୋଗର ବିଚାର କରି ବିଚାରପତି ଶ୍ରୀ ଜେନା ୧୨ଟି ତଥ୍ୟ ଓ ୧୭ଟି ସାକ୍ଷ୍ୟକୁ ଭିତ୍ତି କରି ଗୋଡ଼ାକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe