କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ଆଜି ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୯ ଅଗଷ୍ଟ ୧୩ରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେବପୁର ଗାଁରେ ଜଣେ ୯ ବର୍ଷୀୟା ନାବାଳିକା ଖେଳୁଥିଲେ। ଗ୍ରାମର ଚୈତନ୍ୟ ମହାନ୍ତ (୫୫) ସେହି ରାସ୍ତା ଦେଇ ଛେଳି ନେଇ ଯାଉଥିଲେ। ଛେଳି ଧରିବା ପାଇଁ ନାବାଳିକାଙ୍କୁ ଡାକି ଏକୁଟିଆ ପାଇ ଚୈତନ୍ୟ ଦୁଷ୍କର୍ମ କରିଥିଲା। ନାବାଳିକା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରେ ପହଞ୍ଚି ମା’ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ଏନେଇ ନାବାଳିକାଙ୍କ ମା’ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ କେସ୍ ନମ୍ବର ୨୦୫/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚୈତନ୍ୟକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବିଚାରପତି ମାନସ କୁମାର ମିଶ୍ର ୧୫ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଅଭିଯୁକ୍ତ ଚୈତନ୍ୟକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ଜେଲ୍। ସେହିପରି ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ଓ ଏପିପି ପ୍ରଫୁଲ୍ଲ ପାତ୍ର ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)