ନିର୍ମାଣ ହେବ ଆଉ ୨୦୦ଟି ବିଜୁ ସେତୁ

ଭୁବନେଶ୍ୱର : ବିଜୁ ସେତୁ ଯୋଜନାରେ ବର୍ତମାନ ସୁଦ୍ଧା ୫୦୦ଟି ପୋଲର ନିର୍ମାଣ ସରିଛି। ଚଳିତ ବର୍ଷ ଆଉ ୨୦୦ଟି ସେତୁ ନିର୍ମାଣ କରାଯିବ। ଏ ସମସ୍ତ ସେତୁର ଟେଣ୍ଡର କାର୍ଯ୍ୟ ନଭେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରି ଡିସେମ୍ବର ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତିି।

ବିଜୁ ସେତୁ ଯୋଜନାରେ ହୋଇଥିବା ସେତୁ କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ ସମୀକ୍ଷା କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ କହିବାନୁସାରେ ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧୦୬୯ କୋଟି ଟଙ୍କା ବିନିଯୋଗ କରାଯାଇ ୫୦୦ଟି ପୋଲ ନିର୍ମାଣ ସରିଛି। ଆହୁରି ୩୧୯ଟି ସେତୁ ନିର୍ମାଣାଧୀନ ରହିଛି। ମୋଟ ୧୦୦୦ ପୋଲି ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ୧୪୫ଟି ପୋଲ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଯୋଜନା ବ୍ୟତୀତ ସରକାରଙ୍କ ସହଯୋଗ ପାଣ୍ଠି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପୋଲ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ନିର୍ମାଣ ସରିଥିବା ୫୦୦ ସେତୁର ମତାମତଭିତ୍ତିକ ପ୍ରାମାଣିକ ଦସ୍ତାବିଜ୍‌ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଥିଲେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ।

ସମ୍ବନ୍ଧିତ ଖବର