ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଓଝାପୋଖରୀ-ଅଡ଼ା ରାସ୍ତାର ନନ୍ଦୁର ନିକଟରେ ୨ଶହରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଚଲାଇ ଚଲାଇ ବେଆଇନଭାବେ ଚାଲାଣ କରୁଥିବାବେଳେ ବଜରଙ୍ଗୀ ଦଳ ଏବଂ ବିଶ୍ବହିନ୍ଦୁପରିଷଦର ସଦଶ୍ୟମାନେ ଗୋରୁଙ୍କୁ ଅଟକ ରଖି ଖଇରା ପୁଲିସକୁ ଖବର ଦେଇଥିଲେ। ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରି ମଇତାପୁର ଗୋଶାଳାକୁ ପଠାଇଥିବା ଜଣାପଡିଛି।

Advertisment

ଆଜି ଭଦ୍ରକ ଅଞ୍ଚଳରୁ ଗୋମାଫିଆମାନେ ୨ଶହରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଚଲାଇ ଚଲାଇ ଅଡ଼ା-ଓଝାପୋଖରୀ ରାସ୍ତା ଦେଇ ଚାଲାଣ କରୁଥିବା ସମୟରେ ବଜରଙ୍ଗୀ ଦଳର ସଦସ୍ୟ ଏବଂ ବିଶ୍ବହିନ୍ଧୁପରିଷଦର ସଦସ୍ୟ ମାନେ ନନ୍ଦୁର ଗାଁ ନିକଟରେ ଅଟକାଇ ଖଇରା ପୋଲିସଙ୍କୁ ଖବର ଦେଇଥିଲେ। ପରେ ଖଇରା ପୁଲିସ ଏବଂ ନୀଳଗିରି ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଗୋରୁଙ୍କୁ ସିମୁଳିଆ ଥାନା ଅଧିନ ମଇତାପୁର ଗୋଶାଳାକୁ ପଠାଇଥିଲେ। ଗୋମାଫିଆମାନେ ଏହି ରାସ୍ତା ଦେଇ ପ୍ରତ୍ୟକ ଦିନ ଶହ ଶହ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ କରୁଥିବାବେଳେ ପୁଲିସ ପ୍ରଶାସନ ଚୁପ ରହୁଥିବା ବଜରଙ୍ଗୀ ଦଳର ସଦସ୍ୟମାନେ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଗୋରୁ ଚାଲାଣ ରୋକାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।