ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସିନ୍ଦୁରପଙ୍କ ଗାଁରେ ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଧ ପୁରାଣ ପଠନ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ଭଗବତ ପ୍ରେମୀ କୈଳାସୀ ମୀନକେତନ ନାଥ ଏହାକୁ ବହି ନଦେଖି ଆବୃତ୍ତି କରିଥିଲେ। ୨୦୩ ପୃଷ୍ଠା ଓ ୭୨ ହଜାରରୁ ଅଧିକ ଶବ୍ଦ ଥିବା ପୁରାଣ ପୁସ୍ତକଟିକୁ ସେ ୧୨ ବର୍ଷ ପାରାୟଣ କରି ମୁଖସ୍ତ କରିଛନ୍ତି। ଯଦିଓ ଲିମ୍କା ବୁକ୍ ଅଫ୍ ରେକର୍ଡସରେ ଏହାକୁ ରେକର୍ଡ ଭୁକ୍ତ କରିବା ନିୟମ ନାହିଁ, ତଥାପି ତାଙ୍କର କୃତିତ୍ବ ଓ ନିରନ୍ତର ୧୨ ବର୍ଷ ସାଧନା ନିମନ୍ତେ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ସେ ୨୦୧୫ ମସିହାରେ ପବିତ୍ର କୈଳାସ ମାନ ସରୋବର ଯାତ୍ରାକରି ଯାତ୍ରାନୁଭୂତି ଉପରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ। ମୀନକେତନଙ୍କ ଏହି ବିରଳ ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ନବୀନ କୁମାର ସାହୁ, ଗିରିଧାରୀ ଧର, ପ୍ରସନ୍ନ କର, ଲକ୍ଷ୍ମଣ ପଣ୍ଡା, ପତିତପାବନ ଧର, ସରୋଜ ଧର, ସୁରେଶ କର, ଚମାର ପାଣିଗ୍ରାହୀ, ରାଧେଶ୍ୟାମ ପଣ୍ଡା, ଶ୍ରଦ୍ଧାକାର ନାଥ, ଦିଲିପ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ପାଣି, ସୁଧାକର ନାଥ, ଅଶୋକ କର, ସାଇକୃଷ୍ଣ ଧର, କାହ୍ନୁଚରଣ ଧର, ସନ୍ତୋଷିନୀ ଦାଶ, ପୁଷ୍ପାଞ୍ଜଳି ପତି, କିଶୋରୀ କର, ଉର୍ମିଳା ଧର, ପଦ୍ମିନୀ ସାହୁ, ସଚଳା ଧର, ନିରୂପା ନାଥଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।