ମାଲକାନଗିରି: ଛତିଶଗଡ଼-ତେଲେଙ୍ଗାନା ସୀମାରେ ଅଛନ୍ତି ପ୍ରାୟ ୨ହଜାର ନକ୍ସଲ। ଏମାନଙ୍କୁ ଘେରିଛନ୍ତି ପ୍ରାୟ ୧୦ ହଜାର ଯବାନ। ୪ ରାଜ୍ୟର ଯବାନ କମ୍ବିଂ ଅପରେସନ୍ରେ ନିୟୋଜିତ ହୋଇଛନ୍ତି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ର ସୀମାବର୍ତ୍ତୀ ଜଙ୍ଗଲକୁ ଯବାନ ଯାଞ୍ଚ କରୁଛନ୍ତି। ଗୁଇନ୍ଦା ସୂଚନା ଅନୁସାରେ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ୍ ଜୋରଦାର ହେବା ପରେ ତେଲେଙ୍ଗାନା ମୁହାଁ ହୋଇଥିଲେ ନକ୍ସଲ। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ଭେଙ୍କେଡ଼ପୁରଠାରୁ ଛତିଶଗଡ଼ର ବିଜାପୁର ପର୍ଯ୍ୟନ୍ତ ୧୫୦ କିଲୋମିଟର ଜଙ୍ଗଲରେ ପ୍ରାୟ ୨୦୦୦ ନକ୍ସଲ ଆତ୍ମଗୋପନ କରିଛନ୍ତି।
୪ ରାଜ୍ୟର ସୁରକ୍ଷା କର୍ମୀ ସାମିଲ
ବଡ଼ ଅପରେସନ୍ ପାଇଁ ସଜବାଜ
ନକ୍ସଲଙ୍କ ଗତିବିଧି ଜଣାଉଛି ଡ୍ରୋନ୍
ଜଣେ ବି ନକ୍ସଲ ଯେମିତି ଖସିଯିବେ ନାହିଁ, ସେଥିପାଇଁ ପୂରା ଜଙ୍ଗଲକୁ ୧୦ହଜାର ଯବାନ ଘେରି ରହିଥିବା ସୂଚନା ମିଳିଛି। ନକ୍ସଲଙ୍କ ଠିକଣା ଠାବ କରିବାକୁ ଡ୍ରୋନ୍ର ସହାୟତା ନିଆଯାଇଛି। ଡ୍ରୋନ୍ରୁ ମିଳିଥିବା ଫୁଟେଜ୍ ଅନୁସାରେ ଗେରିଗୁଟ୍ଟୁ ଜଙ୍ଗଲରେ ନକ୍ସଲ ଲୁଚିଛନ୍ତି। ଆଜି ସକାଳୁ ଦୁଇ ରାଜ୍ୟର ଯବାନ ଅପରେସନ୍ ଆରମ୍ଭ କରିଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଗୁଳି ବିନିମୟ ହୋଇପାରେ। ଆଜି ପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ଼ ଅପରେସନ୍ ଆରମ୍ଭ ହୋଇ ସାରିଥିବା କୁହାଯାଉଛି। ଲମ୍ବା ସମୟ ଧରି ଅପରେସନ୍ ଚାଲିବ ବୋଲି ପୂର୍ବାନୁମାନ କରି ସେହି ଅନୁଯାୟୀ ପ୍ରସ୍ତୁତି କରିଛନ୍ତି ଯବାନ। ଜଙ୍ଗଲକୁ ଯେତିକି ଗୁଳିଗୋଳା ନେଇ ଯବାନ ଯାଇଛନ୍ତି, ସେଥିରେ ନକ୍ସଲ ସଂଗଠନର ବଡ଼ ବିପର୍ଯ୍ୟୟ ହେବା ନିଶ୍ଚିତ।
ଦୁଇ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ଅପରେସନ୍ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରତି ମୁହୂର୍ତ୍ତର ଖବର ନେବା ସହ ସମସ୍ତ ଗତିବିଧିର ତଥ୍ୟ ସଂଗ୍ରହ କରୁଛନ୍ତି। ଏକାଧିକ ଡ୍ରୋନ୍ ଜଙ୍ଗଲ ଉପରେ ଲଗାତାର ବୁଲୁଛି। ସନ୍ଦିଗ୍ଧ ଗତିବିଧି ଡ୍ରୋନ୍ ନଜରକୁ ଆସିଲେ ତୁରନ୍ତ ସୁରକ୍ଷା କର୍ମୀ ସେହି ସ୍ଥାନରେ ପହଞ୍ଚି ଯାଉଛନ୍ତି। ଏଭଳି ରଣନୀତି ପ୍ରସ୍ତୁତ ହୋଇଛି ଯେ ନକ୍ସଲଙ୍କ ଖସିବା ପାଇଁ ଆଦୌ ବାଟ ନାହିଁ। ବଡ଼ ଖବର ହେଲା ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା ମଧ୍ୟ ଏହି ଜଙ୍ଗଲରେ ଲୁଚି ରହିଛି। ଶତ ପ୍ରତିଶତ ସଫଳତା ଆଶା ନେଇ ଯବାନ ଅପରେସନ୍ କରୁଥିବା ଜଣାପଡ଼ିଛି। ହେଲିକପ୍ଟର ଏବଂ ଏଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ିକୁ ବି ଅପରେସନ୍ରେ ସାମିଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/24/1KJKGo8AN5ulBrte4j7D.jpg)