ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବ, ସୃଷ୍ଟି କଲେ ୨୦୦୦ ପଦବି

ଭୁବନେଶ୍ବର: ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ପ୍ରତି ଗୁରୁତ୍ବ ଦେଇଛନ୍ତି। ଡାକ୍ତରଖାନାଗୁଡ଼ିକରେ ଅଧିକ କର୍ମଚାରୀ ନିଯୁକ୍ତି ଦେଇ ସ୍ବାସ୍ଥ୍ୟ ସେବାକୁ ଅଧିକ ମଜବୁତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ୨୦୦୦ ପଦବି ସୃଷ୍ଟି କରିଛନ୍ତି। ନୂତନ ଭାବେ ସୃଷ୍ଟି ହୋଇଥିବା ପଦବି ୩୦ ଜିଲ୍ଲା ପାଇଁ ଗ୍ରୁପ-ଏ ରାଙ୍କରେ ନିଯୁକ୍ତି ମିଳିବ।

ରାଜ୍ୟ ସରକାର ଏଲ୍‌ଟିଆରଏମ୍‌ଓ-ଲିଭ ଟ୍ରେନିଂ ରିଜର୍ଭ ମେଡିକାଳ ଅଫିସର ପଦବି ସୃଷ୍ଟି କରିଛନ୍ତି। ୩୦ଟି ଜିଲ୍ଲା ଡାକ୍ତରଖାନାରେ ୧୫୦୦, ଆରଜିଏଚ୍‌ରେ ୨୦ଟି ପଦବି ସୃଷ୍ଟି ହୋଇଛି। ୩୨ଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ୪୮୦ଟି ପଦବି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର