ଗରିବଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। କାରଣ ପୁଞ୍ଜିପତିଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଧିକ ରହିଛି। ତେଣୁ ଆର୍ବିଆଇର ନିଷ୍ପତ୍ତି ସ୍ବାଗତଯୋଗ୍ୟ।
ତପନ କୁମାର ବାରିକ, ରରୁଆଁ, ମୟୂରଭଞ୍ଜ
ଆର୍ବିଆଇର ଏହି ନିଷ୍ପତ୍ତି କେତେ ସମୟଉପଯୋଗୀ ତାହା ଅର୍ଥନୀତିଜ୍ଞମାନେ ଜର୍ଜମା କରିବେ। କେନ୍ଦ୍ର ସରକାରଙ୍କ ନୋଟ୍ ବନ୍ଦୀ ସମୟରେ ଦୁଇ ହଜାର ଟଙ୍କିଆ ନୋଟ୍କୁ ପ୍ରଚଳନ କରାଯାଇଥିଲା। ଏବେ ପୁଣି ପ୍ରତ୍ୟାହାର କରାଯାଉଛି। ଏଥିରେ କେନ୍ଦ୍ର ସରକାରଙ୍କର କ’ଣ ଆଭିମୁଖ୍ୟ ରହିଛି ତାହା ସ୍ପଷ୍ଟ ହେବା ଦରକାର।
ଖଗେନ୍ଦ୍ର କୁମାର ଦାସ, ଭେଲୁରା, ବସ୍ତା, ବାଲେଶ୍ବର
ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଭାରତର ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ବଜାରରେ ଯେଉଁ ସବୁ ନୋଟ୍ ପ୍ରଚଳନ ହେଉଛି, ଏଥିରୁ ୨ ହଜାର ଟଙ୍କିଆ ନୋଟ୍ ମାତ୍ର ୧୦ ପ୍ରତିଶତ ରହିଛି। ସାଧାରଣ ଲୋକେ ଏହି ନୋଟ୍ ବ୍ୟବହାର କରୁନାହାନ୍ତି। ତେଣୁ ଏଥିରେ କୌଣସି ପ୍ରଭାବ ପଡ଼ିବ ନାହିଁ।
ତପନ କୁମାର ହାତୀ, ତିହିଡ଼ି, ଭଦ୍ରକ
କ୍ଲିନ୍ ନୋଟ୍ ନୀତି ଆଧାରରେ ଆର୍ବିଆଇ ୨୦୧୬ ମସିହାରେ ପ୍ରଚଳନ କରିଥିବା ୨ ହଜାର ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ସ୍ବାଗତଯୋଗ୍ୟ ପଦକ୍ଷେପ। ୭ ବର୍ଷ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍ ବ୍ୟବହାର ହେଉନାହିଁ। ତେଣୁ ଏହାର ପ୍ରତ୍ୟାହାର ଯଥାର୍ଥ।
ଚିତ୍ତରଂଜନ କବି, ଆଇନଜୀବୀ, ଚାନ୍ଦବାଲି, ଭଦ୍ରକ
ଦୁଇ ହଜାର ଟଙ୍କିଆ ନୋଟ୍ ଯେଉଁ ଉଦ୍ଦେଶ୍ୟ ପାଇଁ ବାହାରିଥିଲା, ତାହା ଏତେ ଫଳପ୍ରଦ ହେଲାନି। ତେଣୁ ଆର୍ବିଆଇ ଯେଉଁ ନିଷ୍ପତ୍ତି ନେଇଛି ତାହା ଭଲ ନିଷ୍ପତ୍ତି।
ଆଲୋକ କୁମାର ମୁଖି, ଉଦଳା, ମୟୂରଭଞ୍ଜ
୨ ହଜାର ଟଙ୍କିଆ ନୋଟ୍ ଦ୍ବାରା କଳାଧନକୁ ଗଚ୍ଛିତ କରାଯାଇପାରୁଛି ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଛି। ନେତା ଓ ଧନୀ ଶ୍ରେଣୀର ଲୋକଙ୍କ ମଧ୍ୟରେ ଅଧିକ ନେଣଦେଣ ହେଉଛି। ଯାହାଦ୍ବାରା ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ମନୋଭାବ ସୃଷ୍ଟି ହୋଇ ଅସ୍ଥିରତା ଦେଖାଦେଉଛି। ୨୦୨୪ ନିର୍ବାଚନ ପୂର୍ବରୁ ଆର୍ବିଆଇ ଏଭଳି ନିଷ୍ପତ୍ତି ନେଇଛି। ଯାହା ସ୍ବାଗତଯୋଗ୍ୟ।
ମମତାରାଣୀ ଦାସ, ଚାନ୍ଦବାଲି, ଭଦ୍ରକ
ଦୁଇ ହଜାର ଟଙ୍କିଆ ନୋଟ୍ ଅଚଳ ଏକ ଭଲ ନିଷ୍ପତ୍ତି ଅଟେ। ଏହା ଦ୍ବାରା ସାଧାରଣ ଜନତା ଓ ଅର୍ଥନୈତିକ କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବରଂ ରିଜର୍ଭ ବ୍ୟାଙ୍କ କ୍ଲିନ୍ ନୋଟ୍ ନୀତିକୁ ସୁରୁଖୁରରେ ଅବଲମ୍ବନ କରିପାରିବ। ୨୦୨୪ ସାଧାରଣ ନିର୍ବାଚନ ବେଳେ କଳାଧନର ପ୍ରଭାବକୁ ଏହା ନିୟନ୍ତ୍ରଣ କରିପାରିବ।
ନନ୍ଦକିଶୋର କିସ୍କୁ, ବହଳଦା, ମୟୂରଭଞ୍ଜ
ଆର୍ବିଆଇ ଭଲ ନିଷ୍ପତ୍ତି ନେଇଛି। ସାଧାରଣରେ ଏହି ନୋଟ୍ ଆଦୌ ଚଳପ୍ରଚଳନ ହେଉନାହିଁ। ମାଫିଆ ଓ ଧନୀ ଶ୍ରେଣୀର ଲୋକଙ୍କ ପାଖରେ ଏହି ନୋଟ୍ ଗଚ୍ଛିତ ହୋଇ ରହୁଛି। ତେଣୁ ଏହା ସମୟଉପଯୋଗୀ ନିଷ୍ପତ୍ତି।
ହରିଶ୍ଚନ୍ଦ୍ର ରଣା, ମାଣିଖମ୍ବ, ବାଲେଶ୍ବର
୨୦୧୬ ମସିହାରେ ହୋଇଥିବା ନୋଟ୍ ବନ୍ଦୀ ଯୋଗୁଁ ପଡ଼ୋଶୀ ଦେଶ ପାକିସ୍ତାନରେ ଏହାର ପ୍ରଭାବ ବଡ଼ ଧରଣର ପଡ଼ିଥିଲା। କୂଟନୈତିକ ବିଜୟ ଭାରତକୁ ମିଳିଛି। ନୋଟ୍ ବନ୍ଦୀ ଦ୍ବାରା ଭାରତର ଆଭ୍ୟନ୍ତରୀଣ ବିକାଶ ହେବା ସହିତ ଶତ୍ରୁ ରାଷ୍ଟ୍ର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏବେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଦ୍ବାରା ପାକିସ୍ତାନ ଆହୁରି ପ୍ରଭାବିତ ହେବ।
ଅମିୟଭାନୁ ଧଳ, ସାମ୍ବାଦିକ, ଭଦ୍ରକ
ବାସ୍ତବରେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ୨୦୧୬ ନୋଟ୍ ବନ୍ଦୀ ବେଳେ ପ୍ରଚଳିତ ହୋଇଥିବା ୨ ହଜାର ଟଙ୍କିଆ ନୋଟ୍ ମାର୍କେଟ୍କୁ ଯେତିକି ଆସିଥିଲା ବା କାରବାର ହୋଇଥିଲା, ଏହାର ୫୦ ପ୍ରତିଶତ ଟଙ୍କା ଲୋକଙ୍କ ପାଖରେ ସଂଚିତ ହୋଇ ରହିଛି। ଆସନ୍ତା ନିର୍ବାଚନରେ ଏହାର ପ୍ରଚଳନକୁ ଦୃଷ୍ଟିରେ ରଖି ଆର୍ବିଆଇର ନିଷ୍ପତ୍ତି ସ୍ବାଗତଯୋଗ୍ୟ।
ଅର୍ଜୁନ୍ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ, ଦାନ୍ତିଆମୁହାଁ, ମୟୂରଭଞ୍ଜ
ଗରିବ ଓ ମଧ୍ୟବିତ୍ତଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ନାହିଁ। ଏହା କେବଳ କଳାଧନ ଗଚ୍ଛିତ କରିଥିବା ବ୍ୟକ୍ତିଙ୍କ ପାଖରେ ରହିଛି। ଯେତେବେଳେ ଏହା ପ୍ରତ୍ୟାହାର ହେବ ସେତେବେଳେ ବିଭିନ୍ନ ଉପାୟରେ ବ୍ୟାଙ୍କରେ ବଦଳାଇବାକୁ ଚେଷ୍ଟା କରିବେ। ଆର୍ବିଆଇର ଏଭଳି ନିଷ୍ପତ୍ତି ଅର୍ଥନୀତିକୁ ସଜାଡ଼ିବାର ପଦକ୍ଷେପ ଅଟେ।
ରାଜେନ୍ଦ୍ର କୁମାର ଜେନା, ସମାଜସେବୀ, ବଡ଼ସାହି, ମୟୂରଭଞ୍ଜ
ଆର୍ବିଆଇର ଏଭଳି ନିଷ୍ପତ୍ତି ଦ୍ବାରା ଲୋକେ ପୁଣି ହଇରାଣ ହେବେ। କେନ୍ଦ୍ର ସରକାରଙ୍କ ପ୍ରଥମ ନୋଟ୍ ବନ୍ଦୀ ବେଳେ ଦେଶରୁ ଭ୍ରଷ୍ଟାଚାର ଦୂର ହେବ ବୋଲି କୁହାଯାଇଥିଲା। ହେଲେ କଣ ହେଲା, ବରଂ ଦେଶରେ ଭ୍ରଷ୍ଟାଚାର ଅଧିକ ବଢ଼ିଚାଲିଛି।
ଜଗନ୍ନାଥ ସୁର୍, ଛାତ୍ର, ଭୋଗରାଇ, ବାଲେଶ୍ବର
ଆର୍ବିଆଇର ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ ଓ ପ୍ରଶଂସନୀୟ।
ସୁରେଶ ଚନ୍ଦ୍ର ସାହୁ, ବଡ଼ଡାଳିମା, ମୟୂରଭଞ୍ଜ
ଦୁଇ ହଜାର ଟଙ୍କିଆ ନୋଟ୍ ସହ ସାଧାରଣ ଲୋକଙ୍କର ସଂପର୍କ ନାହିଁ କହିଲେ ଚଳେ। ବଡ଼ ଲୋକଙ୍କ ପାଖରେ କଳାଧନ ହୋଇ ଗଚ୍ଛିତ ରହିଛି। ତେଣୁ ପ୍ରତ୍ୟାହାର ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତଯୋଗ୍ୟ।
ଜଗଦୀଶ ବଳ, ପୀରହାଟ, ଭଦ୍ରକ