ଯୁବ ସ୍ବାଭିମାନ ଦିବସ: ଶିବିରରୁ ୨୦୧ ୟୁନିଟ୍ ରକ୍ତ ସଂଗୃହୀତ

ସମ୍ବଲପୁର: ଯୁବ ସ୍ବାଭିମାନ ଦିବସ ପରିପ୍ରେକ୍ଷୀରେ ଆଜି ଠେଲୁକଲିସ୍ଥିତ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ ଓ ‘ସମ୍ବାଦ- ଆମ ଓଡ଼ିଶା’ ମିଳିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ର ଉପସଭାପତି(ପ୍ରଶାସନ) ଡି.କେ.ସିହ୍ନା ଶିବିର ଉଦ୍‌ଘାଟନ କରିଥିଲେ। ରକ୍ତର ଅନ୍ୟ ବିକଳ୍ପ ନାହିଁ। ତେଣୁ, ରକ୍ତଦାତାଙ୍କୁ ଜୀବନ ଦାତା ଭାବରେ ବର୍ଣ୍ଣନା କରିବା ସହିତ ସେ ରକ୍ତଦାତାମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିବିରରେ ସର୍ବମୋଟ ୨୦୧ ଜଣ ରକ୍ତଦାନ କରିଥିଲେ।

ରକ୍ତଦାନ ପାଇଁ କଂପାନିର କର୍ମଚାରୀମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ର ଏଭିପି(ପ୍ରଶାସନ) ଆଶିଷ ଦାଶ, ପିଆର୍‌ଓ ପ୍ରମୋଦ କୁମାର ପାତ୍ର, ଜିଏମ୍‌(ମେଡିକାଲ) ଡାକ୍ତର ସଂଜୟ ନାୟକ, ଡିଜିଏମ୍‌(ମେଡିକାଲ)ଆର୍‌.ଏସ୍‌.ଚୌଧୁରୀ, ମ୍ୟାନେଜର ଡାକ୍ତର ଏ.କେ. ମିଶ୍ର, ଡାକ୍ତର ଟି.ସି. ପଟେଲ, ମ୍ୟାନେଜର ପ୍ରବନ୍ଧକ(ଏଚ୍ଆର୍‌ଡି) ଏସ୍‌.ଏସ୍‌.ରାୱତ ଓ ବି.ବି.ସିଂହ ପ୍ରମୁଖ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ‘ସମ୍ବାଦ’ର ଡିଜିଏମ୍‌(ବାର୍ତ୍ତା) ସୁବ୍ରତ ନାୟକ, ଏଜିଏମ୍ ଗଜେନ୍ଦ୍ରନାଥ ମଲ୍ଲିକ ମଧ୍ୟ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।  ବୁର୍ଲା ରକ୍ତକେନ୍ଦ୍ରର ଡାକତର ମିହିର କୁମାର ଜେନାଙ୍କ ତତ୍ତ୍ବାବଧାନରେ ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର, କରୁଣାକର ସାହୁ, ନନ୍ଦିଘୋଷ ଦୀପ, ଜନକ ବେହରା, ପାଏନୁ ଭୋଇ, ସୁଶାନ୍ତ କୁମ୍ଭାର, ସଂଜୀବ ବେରା, ଗଣେଶ ପ୍ରଧାନ, ପ୍ରହଲ୍ଲାଦ କୁମାର ଭୋଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ, ରେଂଗାଲି ପ୍ରତିନିଧି ସୁବ୍ରତ ପାଢ଼ୀଙ୍କ ସହିତ ପ୍ରିୟତୋଷ ମହାନ୍ତି, ଅଶୋକ ନାଏକ, ତପନ ସାହୁ, ପ୍ରଶାନ୍ତ ମିଶ୍ର ଏବଂ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍‌ର ଡାକ୍ତରଖାନାର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର