କଟକ : ୨୦୧୩ ମସିହାରେ ଖାନ୍ନଗର ମଣିମନ୍ଦିର ନିକଟରେ ଘଟିଥିବା ଗୁଳିମାଡ ଓ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗଣେଶ ସାହୁ ଓରଫ ବାବୁଙ୍କ ବିରୋଧରେ ଆଜି ଅଦାଲତରେ ଚାର୍ଜଫ୍ରେମ୍ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିବା ବେଳେ ଖୁବ୍ ଶୀଘ୍ର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମାମଲାର ମାମଲାର ବିବରଣୀରୁ ପ୍ରକାଶ ଯେ ମଧୁପାଟଣା ଥାନା ଅନ୍ତର୍ଗତ ଖାନ୍ନଗର ମଣିମନ୍ଦିର ନିକଟରେ ୨୦୧୩, ସେପ୍ଟେମ୍ବର ୨୦ରେ ଆଇନଜୀବୀ ଅଭୟ ଭଟ୍ଟଙ୍କୁ କେତେକ ବ୍ୟକ୍ତି ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିଲେ । ଏହି ଘଟଣାକୁ ନେଇ ମଧୁପାଟଣା ଥାନାରେ ସେତେବେଳେ ଏତଲା ରୁଜୁ ହୋଇଥିଲା। ପୁଲିସ୍ ମାମଲର ତଦନ୍ତ କରି ୨୦୧୭, ଜାନୁଆରି ୪ରେ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗଣେଶଙ୍କ ବୟାନ ଅଧାରରେ ଏହି ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ମଧ୍ୟ ପୁଲିସ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଘଟଣାର ତଦନ୍ତ କରି ପୁଲିସ ଶ୍ରୀ ମିଶ୍ର ଓ ଗଣେଶଙ୍କ ବିରୋଧରେ ଆଇପିସିର ଦଫା ୩୦୭, ୧୨୦-ବି, ୩୪ ଓ ଏକ୍ସପ୍ଲୋସିଭ୍ ଆକ୍ଟର ଧାରା ୯-ବିରେ ଚାର୍ଜସିଟ୍ ଦାଖଲ କରିଥିଲା।
୨୦୧୩ ଗୁଳିମାଡ଼ ଘଟଣା: ଗଣେଶ ସାହୁଙ୍କ ବିରୋଧରେ ଚାର୍ଜଫ୍ରେମ୍
/sambad/media/post_attachments/wp-content/uploads/2018/01/firing-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)