ଭୁବନେଶ୍ୱର : ଭୁବନେଶ୍ୱରରେ ୨୦୧୮ ହକି ବିଶ୍ୱକପ୍ ଆୟୋଜନ ନେଇ ଲଣ୍ଡନରେ ପ୍ରମୋସନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟ୍ଵିଟର୍ରେ ଲେଖିଛନ୍ତି ଯେ, ବିଶ୍ୱକପ୍ ହକି ଆୟୋଜନକୁ ନେଇ ଆମର ପ୍ରସ୍ତୁତିର ଖବର ଲଣ୍ଡନରେ ପହଞ୍ଚିଲାଣି। ଲଣ୍ଡନ ବସ୍ରେ ଓଡ଼ିଶାର ଲୋଗୋ ଏବଂ ଓଡ଼ିଶା ପର୍ଯ୍ୟଟନର ଝଲକ ପ୍ରଦର୍ଶିତ ହେଲାଣି। ଏହା ଦ୍ୱାରା ବିଶ୍ୱସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ମିଳିଛି। ଏହା ସହିତ କ୍ରୀଡ଼ା ରାଜଧାନୀ ତଥା ହକି ବିଶ୍ୱକପ୍ ଆୟୋଜକ ଭାବେ ଓଡ଼ିଶାର ସମ୍ମାନ ବଢ଼ିଛି ବୋଲି
ମୁଖ୍ୟମନ୍ତ୍ରୀ କହିଛନ୍ତି।
ଲଣ୍ଡନରେ ହକି ପ୍ରସ୍ତୁତିର ଖବର : ନବୀନ କହିଲେ ଓଡ଼ିଶାର ସମ୍ମାନ ବଢିଲା
/sambad/media/post_attachments/wp-content/uploads/2018/07/naveen-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)