ରହିଲାନି ଅମାନତ: ଧାମନଗରରେ ସ୍ଥିତି ଖୋଜୁଛି କ˚ଗ୍ରେସ

ଅସୁରାଳି : ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଭଦ୍ରକ ଜିଲ୍ଲାର ଧାମନଗର ବିଧାନସଭା କ୍ଷେତ୍ରରେ ପ୍ରମୁଖ ରାଜନୈତିକ ସ˚ଗଠନ ଭାରତୀୟ ଜାତୀୟ କ˚ଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। କ˚ଗ୍ରେସ ଧାମନଗରରେ କ୍ରମାଗତ ବିଫଳ ହେବା ସହ ସର୍ବନିମ୍ନ ଅମାନତ ରକ୍ଷା କରିବାରେ ସଫଳ ନ ହେବା ଘଟଣା ଦଳର ଦୟନୀୟ ସା˚ଗଠନିକ ସ୍ଥିତିକୁ ପ୍ରଦର୍ଶିତ କରିଛି।

ଚଳିତ ନିର୍ବାଚନରେ ଧାମନଗର ବିଧାନସଭା କ୍ଷେତ୍ରର ସମୁଦାୟ ୨ଲକ୍ଷ ୨୯ହଜାର ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୬୪ହଜାର ୬୫୯ ଜଣ ମତ ଅଧିକାର ସାବ୍ୟସ୍ତ କରିଥିଲେ। ସମୁଦାୟ ବୈଧ ଭୋଟ ମଧ୍ୟରୁ ବିଜେପିର ବିଷ୍ଣୁ ସେଠୀ ସର୍ବାଧିକ ୪୮.୪୭ ହାରରେ ୮୦ ହଜାର ୧୧୧ ଖଣ୍ତ, ବିଜେଡିର ରାଜେନ୍ଦ୍ର ଦାସ ୪୫.୬୭ ହାରରେ ୭୫ହଜାର ୪୮୬ ଭୋଟ ପାଇଥିବା ବେଳେ କ˚ଗ୍ରେସରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଡାକ୍ତର ବିଦ୍ୟାଧର ଜେନା ମାତ୍ର ୪.୪୨ ହାରରେ ୭୩୦୩ଖଣ୍ତ ଭୋଟ ପାଇଛନ୍ତି। ଧାମନଗର ନିର୍ବାଚନ ମଣ୍ତଳୀରେ ୨୦୦୦ ମସିହା ପରେ କଂଗ୍ରେସ ଦଳର ସ୍ଥିତି ବିପର୍ଯ୍ୟୟ ଆଡକୁ ମୁହାଁଇଥିଲା। ବରିଷ୍ଠ ନେତା ଜଗନ୍ନାଥ ରାଉତ ଏଠାରୁ ତିନି ଥର ବିଧାୟକ ହେବା ସହ ଦୁଇ ଥର ମନ୍ତ୍ରୀ ହୋଇ ଦଳର ସା˚ଗଠନିକ ସ୍ଥିତିକୁ ଦୃଢ ରଖିଥିବା ବେଳେ ୨୦୦୯ ମସିହାରେ ଧାମନଗର ସାଧାରଣ ଆସନରୁ ସ˚ରକ୍ଷିତ ହେବା ପରେ ଏଠାରେ ପ୍ରଦର୍ଶନ କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଛି।

୨୦୦୯ରେ ବରିଷ୍ଠ କ˚ଗ୍ରେସନେତା ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଧାମନଗରରେ ପ୍ରାର୍ଥୀ ହୋଇ ପରାସ୍ତ ହେବା ସହ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ୨୯ହଜାରରୁ ଅଧିକ ସମର୍ଥନ ହାସଲ କରିଥିଲେ। ୨୦୧୪ରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ନେତ୍ରାନନ୍ଦଙ୍କ ବଦଳରେ ହୃଦାନନ୍ଦ ସେଠୀ ପ୍ରତିଦ୍ବନ୍ଦ୍ବିତାଙ୍କୁ ଓହ୍ଲାଇଥିଲେ। ମାତ୍ର ସେ ୧୨ହଜାର ୪୬ ଖଣ୍ତ ଭୋଟ ପାଇ ସେତେବେଳେ ତୃତୀୟ ସ୍ଥାନରେ ରହି ଅମାନତ ହରାଇଥିଲେ। ଗତ ୫ବର୍ଷ ଧରି କ˚ଗ୍ରେସ ସ˚ଗଠନ ଧାମନଗରରେ ନେତୃତ୍ବ ସ˚କଟରେ ଗତି କରୁଥିବା ବେଳେ ହୃଦାନନ୍ଦ ସେଠୀ ଏକପ୍ରକାର ନିରବ ରହିଥିବା ଦେଖାଯାଇଥିଲା। ଦଳୀୟ କର୍ମୀ ଉପଯୁକ୍ତ ନେତୃତ୍ବ ଅଭାବ ହେତୁ ବିରୋଧୀ ବିଜେଡି ଏବ˚ ବିଜେପି ଆଡକୁ ଢଳିବା ଆରମ୍ଭ ହୋଇଥିଲା। ଚଳିତ ୨୦୧୯ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହେବା ପାଇଁ ଭଣ୍ତାରିପୋଖରୀର ପୂର୍ବତନ ବିଧାୟକ କୁମାର ଚିରଞ୍ଜିବୀ, ପୂର୍ବତନ ସା˚ସଦ ଇ˚ ମୁରଲୀଧର ଜେନା, ହୃଦାନନ୍ଦ ସେଠୀ, ରଞ୍ଜନ ବେହେରା, ବିଦ୍ୟାଧର ଜେନା ପ୍ରମୁଖ ଆଶାୟୀ ଥିବା ବେଳେ ଦଳ ନବାଗତ ବିଦ୍ୟାଧର ଜେନାଙ୍କୁ ପ୍ରାର୍ଥୀ ଚୟନ କରିଥିଲା। ବିଦ୍ୟାଧରଙ୍କ ପାଇଁ ଅସୁରାଳିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ସମସ୍ତେ ଆଶା କରିଥିଲେ ଯେ ରାଜନୀତିରେ ନବାଗତ ବିଦ୍ୟାଧରଙ୍କୁ ନେଇ କ˚ଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିବ କିନ୍ତୁ ଏହା ପରିବର୍ତ୍ତେ ଦଳ ଅତ୍ୟନ୍ତ ପ୍ରଭାବହୀନ ଫଳ ପାଇଥିଲା। ଦିନକୁ ଦିନ କ˚ଗ୍ରେସର ଭୋଟ ବ୍ୟାଙ୍କ ଧାମନଗରରେ ଭୁଶୁଡିଥିବା ବେଳେ ଦଳ ଏଠାରେ ନିଜର ସ୍ଥିତି ହରାଇଛି। ଯାହା ଦଳର ନେତୃବର୍ଗଙ୍କୁ ଆତ୍ମସମୀକ୍ଷା କରିବା ପାଇଁ ଏକ ପ୍ରକାର ବାଧ୍ୟ କରିଛି।

ସମ୍ବନ୍ଧିତ ଖବର