ଅମୃତ କାଳର ଅମୃତ ବଜେଟ: ବସନ୍ତ ପଣ୍ଡା
ଏହା ବିଶେଷ କରି ମହିଳା ସଶକ୍ତିକରଣ ବଜେଟ। ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସୁ‌ଯୋଗ ଦେବା ପାଇଁ ଏଥିରେ ବ୍ୟବସ୍ଥା ହୋଇଛି। ଏଥିରେ ସମାଜର ସମସ୍ତ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ଏହା ଏକ ଲୋକାଭିମୁଖୀ ବଜେଟ। ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ ଆଦୌ ପ୍ରସ୍ତୁତ କରାଯାଇନାହିଁ। ଭିତ୍ତିଭୂମିରେ କିଭଳି ନିବେଶ କରାଯିବ ‌ତାହାର ପରିକଳ୍ପନା ଏଥିରେ କରାଯାଇଛି। ବିତ୍ତୀୟ କ୍ଷେତ୍ରକୁ ବିଶେଷ ଭାବେ ଗୁରତ୍ବ ଦିଆଯିବା ସହିତ ଏହାର ପରିଚାଳନା ପାଇଁ ମଧ୍ୟ ଧ୍ୟାନ ଦିଆଯାଇଛି। ମଧ୍ୟବିତ୍ତ ବଜେଟ ଦ୍ବାରା ବିଶେଷ ଭାବେ ଲାଭାନ୍ବିତ ହେବେ। ଏହା ଅମୃତ କାଳର ଅମୃତ ବଜେଟ୍‌। ମୋଟାମୋଟି ଭାବେ ବଜେଟ ଗ୍ରହଣୀୟ, ଆକର୍ଷଣୀୟ ଓ ପ୍ରଭାବଶାଳୀ ବୋଲି କହିଛନ୍ତି ବିଜେପି ସାଂସଦ ବସନ୍ତ କୁମାର ପଣ୍ଡା।

Advertisment

publive-image

ନିର୍ବାଚନାଭିମୁଖୀ ବଜେଟ: ସପ୍ତଗିରି
ଏହା ନିର୍ବାଚନୀ ଆଧାରିତ ଲୋକାଭିମୁଖୀ ବଜେଟ। ବଜେଟରେ ଆୟକର ରିହାତି ବୃଦ୍ଧି କରି ଯେଉଁ ସ୍ଲାବ୍‌ ଘୋଷଣା କରାଯାଇଛି, ତାହାକୁ ସ୍ବାଗତ କରାଯାଉଛି। ବେରୋଜଗାର ତଥା ଦରଦାମ ନିୟନ୍ତ୍ରଣକୁ ନେଇ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ପିଏମ୍‌ କିଷାନ, ମନରେଗା ଆବଣ୍ଟନ ବୃଦ୍ଧି କରିଥିଲେ ଭଲ ହୋଇଥାନ୍ତା। ବଜେଟରେ ଓଡ଼ିଶା ପାଇଁ କୌଣସି ବ୍ୟବସ୍ଥା ନାହିଁ କି ଘୋଷଣା ମଧ୍ୟ କରାଯାଇନାହିଁ। ଏହାକୁ ନିର୍ବାଚନୀ ବଜେଟ କହିଲେ ଭୁଲ ହେବ ନାହିଁ ବୋଲି ବଜେଟ ପ୍ରତିକ୍ରିୟାରେ କହିଛନ୍ତି କଂଗ୍ରେସ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା।

publive-image Patrika

ସର୍ବୋତ୍ତମ ତଥା ଅମୃତ କାଳର ପ୍ରଥମ ବଜେଟ: ସୁରେଶ ପୂଜାରୀ
ଏହା ସର୍ବୋତ୍ତମ ତଥା ଅମୃତ କାଳର ପ୍ରଥମ ବଜେଟ। ନିର୍ବାଚନୀ ବଜେଟ ନୁହେଁ। ଭିତ୍ତିଭୂମିର ବିକ‌ାଶ, ମହିଳା, ଯୁବ ବର୍ଗଙ୍କ ପାଇଁ ବଜେଟରେ ବିଶେଷ ଗୁରୁତ୍ବ ଦିଆଯାଇଛି। ବଜେଟରେ ଯେଉଁ ସବୁ ଘୋଷଣା କରାଯାଇଛି, ତାହା ଦ୍ବାରା ଓଡ଼ିଶା ଆଗକୁ ଯିବ। ସୁଧମୁକ୍ତ ଋଣ ବ୍ୟବସ୍ଥା ଓଡ଼ିଶା ପାଇଁ ଲାଭଦାୟକ ହେବ। ରେଲୱେ ପାଇଁ ସବୁଠାରୁ ଅଧିକ ବ୍ୟୟବରାଦ କରାଯାଇଛି। ଏହି ବଜେଟର କୌଣସି ତୁଳନା ନାହିଁ। ବିରୋଧୀ ଓ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଛି।