ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ, ବେସରକାରୀ, ସେଲ୍ଫ ଫାଇନାନ୍ସ, ସ୍ବୟଂଶାସିତ ଯୁକ୍ତ୩ କଲେଜଗୁଡ଼ିକ ପାଇଁ ୨୦୨୩ରେ ୭୨ଟି ଛୁଟି ରଖାଯାଇଛି। ମେ’ ୬ରୁ ଜୁନ୍ ୧୯ ପର୍ଯ୍ୟନ୍ତ ୩୮ଦିନ ଧରି ଗ୍ରୀଷ୍ମ ଛୁଟି ରହିବ। ଏହାବ୍ୟତୀତ ଅକ୍ଟୋବର ୨୧ରୁ ୨୮ ପର୍ଯ୍ୟନ୍ତ ପୂଜା ଛୁଟି ହେବ। ଅନ୍ୟ ଛୁଟିଗୁଡ଼ିକ ଗୋଟିଏ ଦିନ ଲେଖାଏ ରହିଛି।
କଲେଜ କର୍ତ୍ତୃପକ୍ଷ ଦୁଇ ଦିନ ସ୍ଥାନୀୟ ଛୁଟି ଘୋଷଣା କରିପାରିବେ। ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରି କଲେଜ ଲାଗି ୫ଟି ଅପସ୍ନାଲ ଛୁଟି ଦିବସ ରହିଛି, କର୍ମଚାରୀମାନେ ଯେକୌଣସି ଦିନ ଛୁଟି ନେଇପାରିବେ।