ବାଲେଶ୍ବର: ଶିଳ୍ପାଞ୍ଚଳ ଥାନା ଅଧୀନ ରେମୁଣା ଗୋଲେଇ ନିକଟରେ ଏକ ଔଷଧ ଦୋକାନ ଗୋଦାମରେ ଆଜି ସଦର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ କଫ୍ ସିରପ୍ ଜବତ କରାଯାଇଛି। ପାଖାପାଖି ୨୦୪ ବୋତଲ କଫ୍ ସିରପ୍ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ଜଣେ ଔଷଧ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗର ସୂଚନା ମୁତାବକ କଫ୍ ସିରପ୍ ନାଁ ବଜାରରେ ବିକ୍ରି ହେଉଥିବା ତରଳ ପଦାର୍ଥକୁ ନାର୍କୋଟିକ୍ ବ୍ୟୁରୋ ପକ୍ଷରୁ ବ୍ୟବହାର କରିବାକୁ ବାରଣ କରାଯାଇଛି।
କୋଡେଲ ନାମକ ରାସାୟନିକ ପଦାର୍ଥ ଏଥିରେ ମିଶା ଯାଉଥିବାରୁ ମାରାତ୍ମକ ନିଶାଦ୍ରବ୍ୟ ଭାବେ ଏହା ପରିଗଣିତ ହୋଇଥାଏ। ତେଣୁ ସମ୍ପୃକ୍ତ ଔଷଧ ବ୍ୟବସାୟୀ ନିଶାଡ଼ିମାନଙ୍କ ବ୍ୟବହାର ନିମନ୍ତେ ବହୁଳ ଭାବରେ ଏହି କଫ୍ ସିରପ୍ ଗଚ୍ଛିତ ରଖିଥିବା ଖବର ପାଇ ଅବକାରୀ ପୁଲିସର ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/32-18.jpg)