ଭୁବନେଶ୍ବର: କିଛି ଦିନର ବ୍ୟବଧାନରେ ଆଜି ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୯ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୨୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

Advertisment

୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୧୪, ବରଗଡ଼ରୁ ୩, ଭଦ୍ରକରୁ ୨, ବଲାଙ୍ଗୀରରୁ ୮, କଟକରୁ ୨୭ ଜଣ, ଦେବଗଡ଼ରୁ ୧, ଗଜପତିରୁ ୬, ଗଞ୍ଜାମରୁ ୩, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୨ ଜଣ, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୨, ଖୋର୍ଦ୍ଧା ଜିଲ୍ଲାରୁ ୨୬, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୧, ନୟାଗଡ଼ ଜିଲ୍ଲାରୁ ୫ ଜଣ, ନୂଆପଡ଼ାରୁ ୬, ପୁରୀରୁ ୧୧ ଜଣ, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୫ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୫ ଜଣ ଓ ଷ୍ଟେଟପୁଲରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୩୩, ୭୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩, ୨୩, ୦୩୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୪୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।