ଟିକାବାଲି ହାଇସ୍କୁଲରୁ ୨୦୯ ପାସ୍

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ସରକାରୀ ହାଇସ୍କୁଲର ୨୦୯ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି। ପାସହାର ୮୯.୩୨ ରହିଛି। ସ୍କୁଲରୁ ସମୁଦାୟ ୨୩୪ ଜଣ ପରୀକ୍ଷା ଦେଇଥିଲେ। ୨୦୯ ଜଣ ପାସ ମଧ୍ୟରେ ୪ ଜଣ ଏ-୨, ୬ ଜଣ ବି-୧ ଓ ୯ ଜଣ ବି-୨ରେ ଜଣ ଅଛନ୍ତି ବୋଲି ପ୍ରଧାନଶିକ୍ଷକ କାଳୁ ସ୍ବାଇଁ କହିଛନ୍ତି। ଲଗାତାର ୫ ବର୍ଷ ହେଲା ସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଫଳ ଭଲ ପ୍ରଦର୍ଶନ କରି ଆସୁଥିବାରୁ ପ୍ରଧାନଶିକ୍ଷକ ଶ୍ରୀ ସ୍ବାଇଁ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର