ନୂଆଦିଲ୍ଲୀ: ଓଡ଼ିଶାରେ ୨୦୧୨-୧୩ ତୁଳନାରେ ୨୦୧୮-୧୯ରେ ଦେଶୀ ଗୋରୁଗାଈଙ୍କ ସଂଖ୍ୟାରେ ହ୍ରାସଘଟିଛି। ଏହା ବଦଳରେ ବିଦେଶୀ କ୍ରସ ବ୍ରିଡ୍ ସଂଖ୍ୟା ସଂଖ୍ୟା ବୃଦ୍ଧି ଘଟିଛି। ୨୦ତମ ପଶୁ ସଂପଦ ଜନଗଣନା ତଥ୍ୟରେ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୧, ୨୦୧୮ ରୁ ସେପ୍ଟେମ୍ବର ୨୦, ୨୦୧୯ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ତଥ୍ୟ ମୁତାବକ ଓଡ଼ିଶାରେ ବିଦେଶୀ କ୍ରସବ୍ରିଡ ‘ହୋଲଷ୍ଟନ୍ ଫ୍ରିସିୟନ୍’ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୩୭ ହଜାର ୪୬୩ । ବିଦେଶୀ ଜର୍ସି ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୮୨ ହଜାର ୬୨୭। କ୍ରସବ୍ରିଡ୍ ଜର୍ସି ଗୋରୁଗାଈଙ୍କ ସଂଖ୍ୟା ୧୪,୨୬,୦୩୪ ରହିଥିବାବେଳେ ଅନ୍ୟ ବିଦେଶୀ କ୍ରସବ୍ରିଡ ଗୋରୁଗାଈଙ୍କ ସଂଖ୍ୟା ୨୭ ହଜାର ୩୩ ରହିଛି।
ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଭାରତରେ ବିଭିନ୍ନ ପ୍ରକାର ୪୧ ଦେଶୀ ପ୍ରଜାତିର ଗୋରୁଗାଈ ଅଛନ୍ତି। ଏହା ମଧ୍ୟରୁ ଅଧିକାଂଶ ପ୍ରଜାତି ଓଡ଼ିଶାରେ ଥିବା ଜଣାପଡ଼ିଛି। ଓଡ଼ିଶାରେ ଘୁମୁସରୀ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୩୫ ହଜାର ୬୨୪ ଏବଂ ଏହାର (ଗ୍ରେଡେଡ୍) ସଂଖ୍ୟା ୩୨୫୬ ରହିଛି। ସେହିପରି ବିଞ୍ଝାରପୁରୀ ଶୁଦ୍ଧ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୬୯୪୦୬ ଓ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୧୪ ହଜାର ୪୪୩ ରହିଛି। ରିପୋର୍ଟ ଅନୁସାରେ ରାଜ୍ୟରେ ଗୀର ଶୁଦ୍ଧ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୨୭୨ ଓ ଏହାର ଗ୍ରେଡେଡ୍ ସଂଖ୍ୟା ୨୯୩୮। ହରିୟାଣା ପ୍ରଜାତି ଗୋରୁଗାଈଙ୍କ ସଂଖ୍ୟା ୬୪୩୪ ରହିଥିବାବେଳେ ଏହାର ଗ୍ରେଡେଡ୍ ପ୍ରଜାତି ସଂଖ୍ୟା ୨୧ ହଜାର ୬୮ । ଖରିଆର ଶୁଦ୍ଧ ପ୍ରଜାତି ଗୋରୁଗାଈଙ୍କ ସଂଖ୍ୟା ୧୩ ହଜାର ୩୬୨ ଓ ଗ୍ରେଡେଡ ପ୍ରଜାତି ସଂଖ୍ୟା ୧୧୬୫୬ । ମୋଟୁ ଶୁଦ୍ଧ ପ୍ରଜାତିର ଗୋରୁଗାଈଙ୍କ ସଂଖ୍ୟା ୨,୩୧,୯୫୪ ରହିଥିବାବେଳେ ମୋଟୁ ଗ୍ରେଡେଡ ପ୍ରଜାତିର ସଂଖ୍ୟା ୧୬୭୨ ରହିଥିବାର ରିପୋର୍ଟରେ ଉଲ୍ଲେଖ ଅଛି।
ରେଡ ସିନ୍ଧି ସଂଖ୍ୟା ରାଜ୍ୟରେ ୭୩୫୩ ରହିଛି। ଅନ୍ୟ ପକ୍ଷରେ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୨୮ ହଜାର ୩୦୪। ରିପୋର୍ଟରେ ଚିଲିକା ଶୁଦ୍ଧ ପ୍ରଜାତି ମଇଁଷିଙ୍କ ସଂଖ୍ୟା ୧୦ ହଜାର ୯୯୬ ଓ ଗ୍ରେଡେଡ ପ୍ରଜାତି ସଂଖ୍ୟା ରହିଛି ୨୬୪୨ । କଳାହାଣ୍ଡି ଶୁଦ୍ଧ ପ୍ରଜାତି ମଇଁଷି ସଂଖ୍ୟା ୧୮,୧୨୩ ଓ ଗ୍ରେଡେଡ ମଇଁଷିଙ୍କ ସଂଖ୍ୟା ୭୦୩୮ ରହିଛି। ମୁରାହା ଶୁଦ୍ଧ ପ୍ରଜାତି ମଇଁଷିଙ୍କ ସଂଖ୍ୟା ୨୧୬୯ ରହିଥିବାବେଳେ ମୁରହା ଗ୍ରେଡେଡ୍ ମଇଁଷିଙ୍କ ସଂଖ୍ୟା ୬୨୭୨ ରହିଛି। ଓଡ଼ିଶାରେ ବିଦେଶୀ ପ୍ରଜାତିର ମେଣ୍ଢ଼ାଙ୍କ ସଂଖ୍ୟା ୧୫୮୪ ଓ ଏହାର କ୍ରସବ୍ରିଡ ସଂଖ୍ୟା ୪୪୨୮ ରହିଛି। ସ୍ବଦେଶୀ ବଲାଙ୍ଗୀର ଶୁଦ୍ଧ ପ୍ରଜାତି ମେଣ୍ଡାଙ୍କ ମେଣ୍ଢ଼ା ସଂଖ୍ୟା ୫୪,୮୫୪ ରହିଥିବାବେଳେ ଏହାର ଗ୍ରେଡେଡ ପ୍ରଜାତି ମେଣ୍ଢ଼ାଙ୍କ ସଂଖ୍ୟା ୨୫୩୯୩ ରହିଥିବାର ରିପୋର୍ଟରେ କୁହାଯାଇଛି। ଗଂଜାମ ଶୁଦ୍ଧ ପ୍ରଜାତି ମେଣ୍ଢ଼ାଙ୍କ ସଂଖ୍ୟା ୫୦ ହଜାର ୮୮୫ ଓ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୫୦୯୦୫ ରହିଛି। କେନ୍ଦ୍ରାପଡ଼ା ମେଣ୍ଢ଼ା ପ୍ରଜାତି ସଂଖ୍ୟା ୮୨୯୩ ଓ ଏହାର ଗ୍ରେଡେଡ ପ୍ରଜାତି ସଂଖ୍ୟା ୨୬୭୮ ରହିଥିବା ରିପୋର୍ଟରେ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/cow.jpg)