ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି।
19.A 80 years old Female of Puri District who was also suffering from Chronic Obstructive Pulmonary Disease.
20.A 3 Months old Male Child of Sundargarh District.
— H & FW Dept Odisha (@HFWOdisha) February 8, 2022
ପ୍ରାପ୍ତ ସୂଚନା ଅନୁଯାୟୀ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ମୃତକ ଅଛନ୍ତି। ଅପରପକ୍ଷରେ ସୁନ୍ଦରଗଡ଼, ବାଲେଶ୍ବର ଓ କଟକ ଜିଲ୍ଲାର ଦୁଇ ଜଣ ଲେଖାଏଁ କୋଭିଡ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏଣେ ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୂଆପଡ଼ା, ପୁରୀ ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ଏମାନଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ଏଣେ ସୁନ୍ଦରଗଡ଼ର ଏକ ୩ ମାସର ଶିଶୁପୁତ୍ର ଓ ୯ ବର୍ଷର ବାଳକ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାୁରୁ ଜଣେ ମାତ୍ର ସଂକ୍ରମିତଙ୍କ ମୃତ୍ୟୁ ରାଜଧାନୀବାସୀଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।