ରାଉରକେଲା: ରାଉରକେଲାରେ ଗଞ୍ଜେଇ ବେପାର ଦିନକୁ ଦିନ ବେଲଗାମ୍ ହେବାରେ ଲାଗିଛି। ନିୟମିତ ବ୍ୟବଧାନରେ ଗଞ୍ଜେଇ ବେପାରୀ ଧରାପଡ଼ୁଥିଲେ ହେଁ ବଡ଼ ବଡ଼ ବେପାରୀ ଏବେ ବି ସହରରେ ନିଶାଦ୍ରବ୍ୟ ବ୍ୟବସାୟ ଜାରି ରଖିଛନ୍ତି। ପୁଲିସ ଭୟରେ ନିଜେ ସିଧାସଳଖ ଗଞ୍ଜେଇ ନ କିଣି ଜିଲ୍ଲା ବାହାର ​ବେପାରୀଙ୍କ ଜରିଆରେ ଗଞ୍ଜେଇ ମଗାଉଛନ୍ତି। ତେବେ ଗଞ୍ଜେଇ ନେଇ ବୌଦ୍ଧରୁ ରାଉରକେଲା ଆସିଥିବା ୨ ଜଣ ଯୁବକଙ୍କୁ ପୁଲିସ ବାନ୍ଧିଛି।
ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଧିନସ୍ଥ ମାଲପଡ଼ା ଅଞ୍ଚଳର ସଞ୍ଜୀବ​ ଭେଁସରା(୨୬)। ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ନାବାଳକକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ସେମାନଙ୍କ ଠାରୁ ୨୧ କେଜି ୨୨୦ ଗ୍ରାମ୍ ଗଞ୍ଜେଇ ସହ ମାରୁତି ଏର୍ଟିଗା (ଓଡି-୩୩ଏକ୍ୟୁ-୭୭୫୮) ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୫ଟାରୁ ସାଢ଼େ ୫ଟା ମଧ୍ୟରେ ଉଦିତନଗର ପୁଲିସ ବାସନ୍ତୀ କଲୋନି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏକ ବିଶ୍ବସ୍ତସୂତ୍ରରୁ ଖବର ପାଇ ଏସ୍କେ ଡିଏଭି ପଲିଟେକ୍ନିକ୍ ନିକଟରେ ଏକ ଭୁବନେଶ୍ବର ଆର୍ଟିଓ ପଞ୍ଜିକୃତ ମାରୁତି ଏର୍ଟିଗା (ଓଡି-୩୩ଏକ୍ୟୁ-୭୭୫୮)କୁ ଅଟକାଇଥିଲା।
ଗାଡ଼ି ଖାନତଲାସି କରିବାରୁ ୨୧ କେଜି ୨୨୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ସେମାନେ ରାଉରକେଲାର ପୁରୁଣା ଗଞ୍ଜେଇ ମାଫିଆ ପ୍ରମୋଦ ଶ୍ରୀବାସ୍ତବକୁ ଗଞ୍ଜେଇ ଦେବାକୁ ଆସିଥିଲେ ବୋଲି ପୁଲିସକୁ କହିଥିଲେ।
ୟତେବେ ପୁଲିସ ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ନାବାଳକକୁ ବାଳସୁଧାର ଗୃହକୁ ପଠାଇ​ ଦେଇଛି। ଗଞ୍ଜେଇ ମାଫିଆ ପ୍ରମୋଦ ଶ୍ରୀବାସ୍ତବ ​ଏବେ ଫେରାର ଥିବା ଜଣାପଡ଼ିଛି। ଅଭିଯୁକ୍ତ ପ୍ରମୋଦ ନାଁରେ ସହରର ଏକାଧିକ ଥାନାରେ ଚୋରି, ଡକାୟତି, ମାର୍ପିଟ ଏବଂ ନିଶାଦ୍ରବ୍ୟ କାରବାର ଭଳି ଅନେକ ମାମଲା ରହିଛି।
ଅଧିକ ପଢ଼ନ୍ତୁ: ନକ୍ସଲବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬କୁ ହ୍ରାସ ପାଇଛି: କେନ୍ଦ୍ରମନ୍ତ୍ରୀ
ମାର୍ଚ୍ଚ ୩ ତାରିଖରେ ପ୍ରମୋଦ ଏବଂ ତାର ସହଯୋଗୀ କରନ ସିଂ ଗ​ଞ୍ଜେଇ ଚାଲାଣ କରୁଥିଲେ। ଅଭିଯୁକ୍ତ କରନ ସିଂକୁ ପ୍ଲାଣ୍ଟସାଇଟ୍ ପୁଲିସ ଗିରଫ କରିଥିବାବେଳେ ପ୍ରମୋଦ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ଅଧିକ ପଢ଼ନ୍ତୁ: ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ସମସ୍ତଙ୍କ ପାଇଁ ମାଗଣା ହେଲା ଘିବଲି ଇମେଜ୍ !
sundargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/04/02/azwaNqt27wR2HVy9LddM.jpg)
