ମୁମ୍ବାଇରେ ଫସିରହିଛନ୍ତି ୨୧ ଓଡ଼ିଆ ଯୁବତୀ, ଛାଡ଼ୁନାହାନ୍ତି ଚିଙ୍ଗୁଡ଼ି କାରଖାନା ମାଲିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୨୧ଜଣ ଓଡ଼ିଆ ଯୁବତୀ ମୁମ୍ବାଇରେ ଫସିଥିବା ଖବର ମିଳିଛି। ସେମାନେ ଏକ ଚିଙ୍ଗୁଡ଼ି କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଭଞ୍ଜନଗର ଓ ବେଲଗୁଣ୍ଠା ଆଦି ଅଞ୍ଚଳର ୨୧ଜଣ ଯୁବତୀ ମୁମ୍ବାଇର ଏକ ଚିଙ୍ଗୁଡ଼ି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ। ସେମାନଙ୍କୁ ପୋଲସରା ବ୍ଲକର କଳମ ଗାଁର ଜଣେ ଠିକାଦାର ନେଇ ସେଠାରେ କାମ ଦିଆଇଥିଲେ। କିନ୍ତୁ ଲକଡାଉନ୍ ପରଠୁ ଚିଙ୍ଗୁଡ଼ି କାରଖାନାର ମାଲିକ ସେମାନଙ୍କୁ ଛାଡ଼ୁନାହିାନ୍ତି।

କାରଖାନାର ମାଲିକ କହୁଛନ୍ତି ଯେ ସେ ଉକ୍ତ ଠିକାଦାରଙ୍କୁ ୨୧ଜଣ ଯୁବତୀଙ୍କ ପାରିଶ୍ରମିକ ବାବଦରେ ୨ ଲକ୍ଷ ଟଙ୍କା ନେଇ ପଳାଇଛନ୍ତି। ଏଣୁ ସେ ଏମାନଙ୍କୁ ଛାଡ଼ି ପାରିବେନି। ସେମାନଙ୍କୁ ମାସରେ ମାତ୍ର ୫ଦିନ କାମ କରିବାକୁ ଦିଆଯାଉଛି। ଏଥିରୁ ଖାଇବା ପଇସା ବି ଯୋଗାଡ଼ ହୋଇ ପାରୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏହାପରେ ବାଧ୍ୟ ହୋଇ ଏହି ୨୧ଜଣ ଯୁବତୀ ସେମାନଙ୍କୁ ସେଠାରୁ ମୁକୁଳାଇବା ଲାଗି ଭିଡିଓ ଜରିଆରେ ନିବେଦନ କରିଛନ୍ତି।

 

ସମ୍ବନ୍ଧିତ ଖବର