କରୋନା ଆତଙ୍କ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ତି : ପରୀକ୍ଷା ପାଇଁ ଯାଇଥିବା ୨୧ ନମୁନା ନେଗେଟିଭ

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ତି ମିଳିଛି । ପରୀକ୍ଷା ପାଇଁ ଯାଇଥିବା ୨୧ଟି ନମୁନାର ରିପୋର୍ଟ ନେଗେଟିଭ ବାହାରିଛି । ବର୍ତ୍ତମାନ ସୁଦ୍ଧା ୧୪୧ ଜଣ ନିରୀକ୍ଷଣରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କରୋନା ଭାଇରସ ସଂକ୍ରମଣର ମୁକାବିଲା କରିବା ଲାଗି ଆଜି ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସ୍କୁଲ, କଲେଜ, ସିନେମା ହଲ ଆଦିକୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ସରକାର କରୋନାକୁ ବିପର୍ଯ୍ୟୟ ଘୋଷଣା କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି | ଏହି ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ‘ଓଡ଼ିଶା କୋଭିଡ୍ -୧୯ ଅଧିନିୟମ-୨୦୨୦’କୁ କାର୍ଯ୍ୟକାରୀ କରିଛନ୍ତି। ଏହି ଅଧିନିୟମ ଜରିଆରେ କରୋନାକୁ ରୋକିବା ଲାଗି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଡିଏମଇଟି, ଜିଲ୍ଲାପାଳ ଓ ମୁନିସପାଲ କମିସନରଙ୍କୁ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ଲାଗି କ୍ଷମତା ଦିଆଯାଇଛି। ଏହି ଅଧିକୃତ ଅଧିକାରୀମାନେ ନିର୍ଦ୍ଦେଶାବଳୀ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପାଇଛନ୍ତି।

ସମ୍ବନ୍ଧିତ ଖବର