‘ବିପଦର ବନ୍ଧୁ..ପ୍ରକୃତ ହିରୋ’ ଅଭିଯାନରେ ରକ୍ତଦାନ କଲେ ୨୧ ଯୁବ ରକ୍ତଦାତା

ରାଉରକେଲା: ଲକ୍‌ଡାଉନ୍‌ ପାଇଁ ରକ୍ତଭଣ୍ଡାରେ ଦେଖାଦେଇଛି ରକ୍ତ ସଙ୍କଟ। ଏଭଳି ସଙ୍କଟମୟ ପରିସ୍ଥିତିର ମୁକାବିଲା ପାଇଁ ସମ୍ବାଦ- ଆମ ଓଡ଼ିଶା ଆରମ୍ଭ କରିଛି ‘ ବିପଦର ବନ୍ଧୁ… ପ୍ରକୃତ ହିରୋ’। ଏହି ମହତ କାର୍ଯ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨୧ ଯୁବ ରକ୍ତଦାତା ରକ୍ତଦାନ କରି ଅନ୍ୟମାନଙ୍କ ଉଦାହରଣ ସାଜିଛନ୍ତି । ଆଜି ଆୟୋଜିତ ଶିବିରରେ ସାମିଲ ହୋଇଥିଲେ ସହରର ଅଗ୍ରଣୀ ଅନୁଷ୍ଠାନ ଲିଡ୍‌ ରାଉରକେଲା ସମେତ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଓ ମହିଳା। ବାସନ୍ତି କଲୋନିର ବାପ ପୁଅ ମଧ୍ୟ ଏହି ମହତ କାର୍ଯ୍ୟରେ ସାମିଲ ହୋଇ ରକ୍ତଦାନ କରିଥିଲେ। ଆଗାମୀ ଦିନରେ ସମ୍ବାଦର ଏହି ମହତ କାର୍ଯ୍ୟରେ ସାମିଲ ହେବାକୁ ସେମାନେ ସଂକଳ୍ପ ନେଇଛନ୍ତି।

ରାଉରକେଲା ଶିଳ୍ପାଞ୍ଚଳ ଗଙ୍ଗାଧରପାଲି ନିକଟ ସମ୍ବାଦ କାର୍ଯ୍ୟାଳୟରେ ଆୟୋଜିତ ଶିବିର ସକାଳ ସାଢ଼େ ୯ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ଶିବିରରେ ସାମାଜିକ ଦୂରତା ରଖି ଜଣକ ପରେ ଜଣେ ରକ୍ତଦାନ କରିଥିଲେ। ଲିଡ୍‌ ରାଉରକେଲାର ଆବାହକ ଐର ମହାନ୍ତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ନାଗରିକ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପ୍ରକୃତ ହିରୋ ବନିଥିବା ରକ୍ତଦାତାମାନେ ହେଲେ ଲିଡ୍‌ ରାଉରକେଲାର ବିଜୟ ସ୍ବାଇଁ, ଅମିତ ଅଗ୍ରୱାଲ, ସୁମିତ୍‌ ଅଗ୍ରୱାଲ, ରଣଜିତ୍‌ ରାଉତ, ଏସ୍‌.ଏନ୍. ପଣ୍ଡା, ହିମାଂଶୁ ଶେଖର ନାୟକ, ସଞ୍ଜୟ କୁମାର ମହାନ୍ତି, ପ୍ରିୟବ୍ରତ ଭଞ୍ଜ, ଅଜୟ କୁମାର ନାୟକ। ଜୟ ବାଲାଜି ଜ୍ୟୋତି ଷ୍ଟିଲର ଲିଟୁନ୍‌ କୁମାର ସାହୁ, ଦେବ ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ସ୍ବାଇଁ, ଅରବିନ୍ଦ ଜେନା, ନନ୍ଦ କିଶୋର ମହାପାତ୍ର, ବାସନ୍ତି କଲୋନିର ସନ୍ତୋଷ କୁମାର ବେହେରା ଓ ତାଙ୍କ ପୁଅ ସଚିନ୍‌ କୁମାର ବ‌େହେରା।

ଗଙ୍ଗାଧରପାଲିର ଶତ୍ରୁଘ୍ନ କର, ଜୟନ୍ତୀ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ପରିଡା, ମିନତୀ ପାଢ଼ୀ ଓ ପଞ୍ଚାନନ ସାହୁ। କନକ ଟିଭି‌ର ପ୍ରତାପ ପାଢ଼ୀ, ସୁମନ୍ତ ମହାନ୍ତି, ‘ସମ୍ବାଦ’ ରାଉରକେଲାର ମଳୟ ରଞ୍ଜନ ସାହୁ, ସାଗର ମହାପାତ୍ର, ଅଭୟ ନାୟକ ଶିବିର ପରିଚାଳନା କରିଥିଲେ। ଆର୍‌ଜିଏଚ୍‌ ରକ୍ତ ଭଣ୍ଡାରର ଡାକ୍ତର ଅନୁପ ମିଞ୍ଜ, ସିନିୟର ଟେକ୍ନିସିଆନ୍‌ ମୁରଲୀଧର ପଲାଇ,ଲୋକନାଥ ସାହୁ, ଶୁଭେନ୍ଦୁ ନାୟକ, ଚୈତନ୍ୟ ମହନ୍ତ ରକ୍ତ ସଂଗ୍ରହରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର