ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୧୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୨ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେ‌ଳେ ୮୮ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୫୪୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୮ ହଜାର ୪୫୨ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୨୧୪୧ ଜଣ। ଏହା ସହ କରୋନା ଆକ୍ରାନ୍ତ ହୋଇ ଜଣେ ମୃତ୍ୟୁବରଣ କରିଛନ୍ତି।

ଆଜି କରୋନା ଆକ୍ରାନ୍ତ ହୋଇଥିବା ୨୧୦ଜଣଙ୍କ ମଧ୍ୟରେ ଅନୁଗୁଳରୁ ୨୪ଜଣ, ବାଲେଶ୍ବରରୁ ୯ଜଣ, ବରଗଡ଼ରୁ ୮ଜଣ, ଭଦ୍ରକରୁ ୨ଜଣ ବଲାଙ୍ଗୀରରୁ ୭ଜଣ, କଟକରୁ ୧୪ଜଣ, ଦେଓଗଡ଼ରୁ ଜଣେ, ଢ଼େଙ୍କାନାଳରୁ ୨ଜଣ, ଗଜପତିରୁ ୫ଜଣ, ଗଞ୍ଜାମରୁ ୪ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୧୩ଜଣ, କଳାହାଣ୍ଡିରୁ ୪ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୧୩ଜଣ, ମାଲକାନଗିରିରୁ ୮ଜଣ, ମୟୂରଭଞ୍ଜରୁ ୮ଜଣ, ନୂଆପଡ଼ାରୁ ୫ଜଣ, ପୁରୀରୁ ୧୦ଜଣ, ରାୟଗଡ଼ାରୁ ୭ଜଣ, ସମ୍ବଲପୁରରୁ ୧୬ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡ଼ରୁ ୩୦ଜଣ ଏବଂ ଷ୍ଟେଟ ପୁଲରୁ ୩ଜଣ ରହିଛନ୍ତି।

ସମ୍ବନ୍ଧିତ ଖବର