ରାଜ୍ୟରେ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୨୧୭୬ ନବଜାତ ଶିଶୁଙ୍କ ମୃତ୍ୟୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଜନ୍ମରୁ ୪ ସପ୍ତାହ ମଧ୍ୟରେ ୨୧୭୬ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି | ଏହା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ | ଆଜି ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ପୁଷ୍ଟିହୀନତର ପୀଡିତ ଗର୍ଭବତୀଙ୍କ ନବଜାତମାନେ ଜନ୍ମରୁ ୪ ସପ୍ତାହ ମଧ୍ୟରେ ମୃତ୍ୟୁବରଣ କରୁଛନ୍ତି | ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଦୈନିକ ୨୫ ଜଣ ହିସାବରେ ୩୦୪୫ ନବଜାତଙ୍କ ମୃତ୍ୟୁ ହୋଇଥିବାବେଳେ କେବିକେରେ ସେମାନଙ୍କ ହାର ୬୧ ପ୍ରତିଶତ |

Odisha Bytes

ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାରଙ୍କ ବାର୍ଷିକ ବ୍ୟୟ କେତେ ଓ ତାହା ନିଅଣ୍ଟିଆ କି ? ଏହାର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୨୧୭୬ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଛି | ଏହା ମଧ୍ୟରୁ ୬୮୨ ନବଜାତକ କେବିକେ ଜିଲ୍ଲାରେ ମୃତ୍ୟୁବରଣ କରିଛନ୍ତି |

ଯାହା ସମସ୍ତ ନବଜାତକ ମୃତ୍ୟୁର ୩୧ ପ୍ରତିଶତ ହୋଇଥିବା ମନ୍ତ୍ରୀ କହିଛନ୍ତି | ସେହିପରି ଗର୍ଭବତୀଙ୍କର ସୁରକ୍ଷା ପାଇଁ ଚଳିତବର୍ଷ ଏନଏଚଏମ-ପିଆଇପିରେ ୩୩୭୩୬.୧୧ ଲକ୍ଷ ଟଙ୍କା ଓ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ୫୭୮୩.୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି |

ସମ୍ବନ୍ଧିତ ଖବର