ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ୨୨ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୮୭୧୧କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି।ରାଜ୍ୟରେ ୨୨ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୧କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କଟକ ଓ ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଣେ କେନ୍ଦୁଝର ଜିଲ୍ଲାର ଦୁଇ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ତେଣେ ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ସୋନପୁର, ନୟାଗଡ଼, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର ୨ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜିର କୋଭିଡ ସୂଚନା ଅନୁଯାୟୀ ୧୩ ଜଣ ମହିଳା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ସୋନପୁରର ଜଣେ ୮ ବର୍ଷୀୟା ନାବାଳିକା ଥିବା ଜଣାଯାଇଛି।

ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ୭୩, ୪୪, ୫୫, ୫୮, ୮୦, ୫୮ ବର୍ଷିୟ ପୁରୁଷ ଓ ଜଣେ ୭୩ ବର୍ଷୀୟା ମହିଳା ଅଛନ୍ତି। ଏଣେ କଟକ ଜଣେ ଜିଲ୍ଲାର ମୃତକଙ୍କ ଭିତରେ ୬୮ ବର୍ଷିୟ ପୁରୁଷ ଓ , ୬୦, ୬୭ ବର୍ଷୀୟା ମହିଳା ଅଛନ୍ତି। ଠିକ୍ ସେହିପରି ସୁନ୍ଦରଗଡ଼ ଜିଲ୍ଲାର ୭୬ ଓ ୫୨ ବର୍ଷିୟ ପୁରୁଷ ଓ ଜଣେ ୨୮ ବର୍ଷୀୟା ମହିଳା ଅଛନ୍ତି। କେନ୍ଦୁଝର ଜିଲ୍ଲାର ୭୦ ଓ ୪୦ ବର୍ଷୀୟା ମହିଳା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଅପରପକ୍ଷରେ ବାଲେଶ୍ବରର ଜଣେ ୬୯ ବର୍ଷୀୟା ମହିଳା, ଜଗତସିଂହପୁରର ଜଣେ ୫୬ ବର୍ଷିୟ ପୁରୁଷ, ଗଞ୍ଜାମର ଜଣେ ୪୬ ବର୍ଷୀୟା ମହିଳା, ସୋନପୁରର ଜଣେ ୮ ବର୍ଷୀୟା ନାବାଳିକା, ନୟାଗଡ଼ର ଜଣେ ୧୮ ବର୍ଷୀୟା ଯୁବତୀ, ନବରଙ୍ଗପୁରର ଜଣେ ୫୫ ବର୍ଷୀୟା ମହିଳା ଓ ବୌଦ୍ଧ ଜିଲ୍ଲାର ଜଣେ ୯୦ ବର୍ଷିୟ ପୁରୁଷ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର