ଭୁବନେଶ୍ବର: ରାଜ୍ୟରେ ଆଜି ୨୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ଜଣେ ୭୩ ବର୍ଷିୟ ପୁରୁଷ, ଜଣେ ୨୪ ବର୍ଷିୟ ପୁରୁଷ ଓ ୪୦ ବର୍ଷିୟ ପୁରୁଷ ଅଛନ୍ତି।
Regret to inform the demise of twenty two numbers of Covid positive patients while under treatment in hospitals.
1.A 40 years old male of Angul district.
2.A 24 years old male of Angul district.
3.A 73 years old male of Angul district.
— H & FW Dept Odisha (@HFWOdisha) May 14, 2021
ଅପରପକ୍ଷରେ କଟକ ଜିଲ୍ଲାର ଜଣେ ୯୭ ବର୍ଷିୟ ପୁରୁଷ, ଦେବଗଡ଼ ଜିଲ୍ଲାର ଜଣେ ୫୯ ବର୍ଷିୟ ପୁରୁଷ, ଭୁବନେଶ୍ବରର ଜଣେ ୭୫ ଓ ଜଣେ ୬୬ ବର୍ଷିୟ ପୁରୁଷ, ବଲାଙ୍ଗୀର ଜିଲ୍ଲାର ଜଣେ ୪୭ ବର୍ଷୀୟା ମହିଳା, ବୌଦ୍ଧ ଜିଲ୍ଲାର ଜଣେ ୫୦ ବର୍ଷୀୟା ମହିଳା, ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷୀୟା ମହିଳା, ଗଜପତି ଜିଲ୍ଲାର ଜଣେ ୪୬ ବର୍ଷିୟ ପୁରୁଷ, କଳାହାଣ୍ଡି ଜିଲ୍ଲାର ଜଣେ ୪୪ ବର୍ଷିୟ ପୁରୁଷ ଓ ଜଣେ ୫୦ ବର୍ଷୀୟା ମହିଳା, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୫୯ ଓ ୬୫ ବର୍ଷିୟ ପୁରୁଷ, କନ୍ଧମାଳ ଜିଲ୍ଲାର ଜଣେ ୬୦ ବର୍ଷିୟ ପୁରୁଷ, ରାୟଗଡ଼ା ଜିଲ୍ଲାର ଜଣେ ୪୯ ଓ ଜଣେ ୩୬ ବର୍ଷିୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ଓ ଅନ୍ୟ ଜଣେ ୪୭ ବର୍ଷିୟ ପୁରୁଷ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ୭୪ ଓ ଜଣେ ୪୫ ବର୍ଷିୟ ପୁରୁଷ ଥିବା ଜଣାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି।