୨୨ରୁ ଜିଲ୍ଲା କୋଭିଡ୍‌ ଡାସ୍‌ବୋର୍ଡ ଅପଡେଟ୍‌ ହେଉନି

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ମହାମାରୀ ନେଇ ଏକ ରାଜ୍ୟସ୍ତରୀୟ କୋଭିଡ୍‌ ଡାସ୍‌ବୋର୍ଡ ପ୍ରତିଷ୍ଠା କରିଛନ୍ତି। ଏଥିରେ ରାଜ୍ୟସ୍ତରରେ ସଂକ୍ରମିତ, ସୁସ୍ଥ, ମୃତ ଓ ଜିଲ୍ଲାୱାରୀ ତଥ୍ୟ ରହିଛି। ଏହି ଡାସ୍‌ବୋର୍ଡ ପାଇଁ ରାଜ୍ୟ ସରକାର ଗତ ଅଗଷ୍ଟ ମାସ ୨୮ତାରିଖରେ ଏକ୍ସପ୍ରେସ୍ ଗ୍ରୁପ୍‌ ‘ଟେକ୍‌ ସଭା’ ପକ୍ଷରୁ ପୁରସ୍କାର ମଧ୍ୟ ଦିଆଯାଇଥିଲା। ହେଲେ କୋଭିଡ୍‌ ଡାସ୍‌ବୋର୍ଡରେ ଜିଲ୍ଲା ତଥ୍ୟ ଗତ ୨୨ତାରିଖରୁ ଅପଡେଟ୍‌ ହୋଇନାହିଁ। ଜିଲ୍ଲାରେ କେଉଁ ବ୍ଲକ୍‌ରେ କେତେ ଜଣ ସଂକ୍ରମିତ ରହିଛନ୍ତି ଓ କେତେଜଣ ସୁସ୍ଥ ହେଲେଣି ତାହା ୨୨ତାରିଖ ପର୍ଯ୍ୟନ୍ତ ରହିଛି। କୋଭିଡ୍‌ ଡାସ୍‌ବୋର୍ଡରେ ଜିଲ୍ଲାର ହିଟ୍‌ ମ୍ୟାପ୍ ରହିଥାଏ। ୧୦୦ରୁ ଅଧିକ ଚିକିତ୍ସାଧୀନ ରୋଗୀ ଥିବା ବ୍ଲକ୍‌ ନାଲି ରଙ୍ଗର ହୋଇଥିବା ବେଳେ ଏହାଠାରୁ କମ୍ ଥିବା ହଳଦିଆ ରଙ୍ଗ ଓ ୫୦ରୁ କମ୍ ଥିବା ‌ବ୍ଲକ୍‌ ସବୁଜ ରଙ୍ଗ ରହିଥାଏ। ହେଲେ ଗତ ୫ଦିନ ହେଲା ଏସବୁ ଅ‌ପଡେଟ୍‌ ହେଉ ନ ଥିବାରୁ କେଉଁ ବ୍ଲକ୍ ଏବେ କେଉଁ ରଙ୍ଗରେ ରହିଛି ତାହା ଜାଣିବାରେ ସମସ୍ୟା ହେଉଛି।

ସମ୍ବନ୍ଧିତ ଖବର